ଆପଣଙ୍କ ମୋବାଇଲ ଚୀନ୍‌ ହାତରେ !

ସତ୍ୟପାଠ ବ୍ୟୁରୋ: ଆପଣଙ୍କ ମୋବାଇଲ ଉପରେ କଡ଼ା ନଜର ରଖିଛି ପଡ଼ୋଶୀ ଦେଶ ଚୀନ । ଏକଥା ଅଜବ ଲାଗିଲେ ବି ସତ । କାରଣ ଆପଣଙ୍କ ଆଣ୍ଡ୍ରଏଡ୍‌ ମୋବାଇଲ ଫୋନ୍ରେ‌ ଇନଷ୍ଟଲ ହୋଇଥିବା ଅଧିକାଂଶ ଲୋକପ୍ରିୟ ଆପ୍ସ ମେଡ୍ ଇନ୍ ଚାଇନା । ସେଥିପାଇଁ ଆପଣଙ୍କ ପ୍ରତି ଗତିବିଧି ଉପରେ ଚୀନ୍‌ ନଜର ରଖିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି ।

4ରୁ 5 ବର୍ଷ ଭିତରେ ଭାରତରେ ବୈଷୟିକ ଜ୍ଞାନ କୌଶଳ, ଟେକ୍ନୋଲଜିର ବିପ୍ଲବ ହୋଇଛି । ପ୍ରାୟ 80 ପ୍ରତିଶତ ଲୋକ ଆଣ୍ଡ୍ରଏଡ ମୋବାଇଲକୁ ପ୍ରଥମ ପସନ୍ଦ ଭାବେ ବ୍ୟବହାର କରୁଛନ୍ତି । ଏହି ଆପ୍ଲିକେସନ୍‌କୁ ଗୁଗୁଲ ଦ୍ବାରା ପ୍ରସ୍ତୁତ କରାଯାଇଛି । କିନ୍ତୁ ଏଥିରେ ଥିବା ସମସ୍ତ ଲୋକପ୍ରିୟ ଆପ୍‌ ଚୀନ୍‌ ଦ୍ବାରା ପ୍ରସ୍ତୁତ କରାଯାଇଥିବା Factor Daily ନାମକ ଏକ ସଂସ୍ଥା ନିଜ ରିପୋର୍ଟରେ ପ୍ରକାଶ କରିଛି । Sensor Towers ଏହି ରିପୋର୍ଟକୁ ତର୍ଜମା କରି କହିଛି ଯେ ଗୁଗୁଲ ପ୍ଲେ ଷ୍ଟୋରରେ ଟପ୍‌ 100 ଆପ୍ସ ମଧ୍ୟରେ 50 ପ୍ରତିଶତ ଚୀନ୍‌ର । ଯେଉଁଥିରେ 44 ଚୀନୀ ଆପ୍ସର ଲୋକପ୍ରିୟତା ଚରମ ସୀମାରେ ରହିଛି ।

ଚୀନ୍‌ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଆପ୍ଲିକେସନ୍‌

ଟିକ୍‌ ଟିକ୍‌, ଟିକ୍‌ ଟିକ୍‌ ଲାଇଟ୍‌, ଲାଇକ୍‌ ଭିଡିଓ, ହେଲୋ, ସେୟାର ଇଟ୍, ପିୟୁବିଜି ମୋବାଇଲ ଗେମ୍, ୟୁସି ବ୍ରାଉଜର, କଟ୍‌ କଟ୍‌, ସେୟାର ମ୍ୟୁଜିକ୍‌, ଜେଣ୍ଡର, ଭିମେଟ୍‌ 2019 ଏବଂ ବ୍ୟୁଟି ପ୍ଲସ୍‌, କ୍ଲବ୍‌ ଫ୍ୟାକ୍ଟ୍ରି, ଅଲ୍‌ ଭିଡିଓ ଡାଉନ୍ଲୋ‌ଡର, ଭିଗୋ ଭିଡିଓ, ଆପ୍‌ ଲକ୍‌, ୟୁସି ବ୍ରାଉଜର ମିନି, ଭିଗୋ ଲାଇଟ୍‌ ଆଦି ଲୋକପ୍ରିୟ ଆପ୍‌କୁ ପ୍ରସ୍ତୁତ କରିଛନ୍ତି ଚୀନ୍‌ର ବିଭିନ୍ନ ସଫ୍ଟୱେର କମ୍ପାନୀ ।

Related Posts