ଭୁବନେଶ୍ୱର,୨୭/୮(ସତ୍ୟପାଠ ବ୍ୟୁରୋ): ଭଙ୍ଗାହେବ ଭୁବନେଶ୍ବରରେ ୧୯୧ ବେଆଇନ ଆପାର୍ଟମେଣ୍ଟ। ଭୁବନେଶ୍ବରରେ ତିଆରି ହୋଇଥିବା ବେଆଇନ ଆପାର୍ଟମେଣ୍ଟ ଭଙ୍ଗାହେବ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ଆଜି ବିଧାନସଭାରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଙ୍କ ପ୍ରଶ୍ନରେ କିଛି ଏମିତି ଉତ୍ତର ରଖିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଏନେଇ ମନ୍ତ୍ରୀ କହିଛନ୍ତି, ଭୁବନେଶ୍ୱରରେ ୧୯୧ଟି ବେଆଇନ ଆପାର୍ଟମେଣ୍ଟ ଭଙ୍ଗାଯିବ । ବିଡିଏ ଅଧିନରେ ୪୯୧ ବେଆଇନ ଆପାର୍ଟମେଣ୍ଟ ନାଁରେ ମାମଲା ରୁଜ୍ଜୁ ହୋଇଛି । ସେଥିମଧ୍ୟରୁ ୧୯୧ଟି ଭଙ୍ଗାଯିବ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ୬୩ଟି ମାମଲା ଖାରଜ ହୋଇଥିଲା ବେଳେ ଓ ୨୩୭ଟି ବିଚାରାଧୀନ ଅବସ୍ଥାରେ ରହିଛି । ସେହିପରି ବିଏମ୍ସି ଅଧିନରେ ୧୪୪୪ ମାମଲା ରୁଜ୍ଜୁ ହୋଇଥିବା ବେଳେ ୪୫୧ଟି ମାମଲାର ଫଇସଲା ହୋଇଛି । ଏବେବି ୯୯୩ ଟି ମାମଲା ବିଚାରଧୀନ ଅଛି ।