ଅନ୍ତରୀଣ ଡିଜିପି ଭାବେ ଦାୟିତ୍ବ ନେଲେ ସତ୍ୟଜିତ୍ ମହାନ୍ତି

ଭୁବନେଶ୍ୱର: ଆଜି କଟକ ପୋଲିସ ମୁଖ୍ୟାଳୟରେ ମଧ୍ୟବର୍ତ୍ତିକାଳୀନ ଡିଜିପି ଭାବେ ସତ୍ୟଜିତ ମହାନ୍ତି ଦାୟିତ୍ୱ ଗ୍ରହଣ କରିଛନ୍ତିି । ନୂଆ ଡିଜିପି ଅଭୟ ଦାୟିତ୍ୱ ନେବା ଯାଏଁ ସତ୍ୟଜିତ ମହାନ୍ତି ଏହି ଦାୟିତ୍ୱ ତୁଲାଇବେ ।

ଗତକାଲି ରାତିରେ ବି.କେ ଶର୍ମାଙ୍କ ବଦଳରେ ଅଭୟଙ୍କୁ ଡିଜିପି ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ଅଭୟ ବର୍ତ୍ତମାନ ନ୍ୟାସନାଲ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି । ତେବେ ଅଭୟଙ୍କ ଅନୁପସ୍ଥିତି ଯୋଗୁଁ ଏକ କ୍ଷୁଦ୍ର କାର୍ଯ୍ୟକାଳରେ ମଧ୍ୟବର୍ତ୍ତିକାଳୀନ ଡିଜିପି ଭାବେ ସତ୍ୟଜିତ ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି । ଗତକାଲି ମଧ୍ୟବର୍ତ୍ତିକାଳୀନ ଡିଜିପି ଭାବେ ସତ୍ୟଜିତ ମହାନ୍ତି ଲିଖିତ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ବର୍ତ୍ତମାନ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆନୁଷ୍ଠାନିକ ଭାବେ ଗାର୍ଡ ଅଫ ଅନର ପରେ ସେ ଦାୟିତ୍ୱ ନେଇଛନ୍ତି । ୧୯୮୮ ବ୍ୟାଚର ଆଇପିଏସ ଅଫିସର ସତ୍ୟଜିତ ମହାନ୍ତି ।

 

ମଧ୍ୟବର୍ତ୍ତିକାଳୀନ ଡିଜିପି ଭାବେ ଦାୟିତ୍ୱ ନେବା ପରେ ସତ୍ୟଜିତ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି ଯେ, ସରକାର ଆସ୍ଥା ପ୍ରକଟ କରିଥିବାରୁ କୃତଜ୍ଞତା ଜଣାଉଛି । ନୂଆ ଡିଜିପି ଅଭୟ ଦାୟିତ୍ୱ ନେବା ପର୍ଯ୍ୟନ୍ତ ମୁଁ ଏହି ଦାୟିତ୍ୱ ତୁଲାଇବି । ରାଜ୍ୟରେ ଆଇନ ଶୃଙ୍ଖଳା କିପରି ଠିକ ରହିବ ସେନେଇ ଅଧିକାରୀଙ୍କ ସହ କଥା ହେବି ।

Related Posts