ଏକା ନବୀନ ଭଲ, DG ସବୁ ଖରାପ ?

ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ନବୀନଙ୍କ ସମୟରେ ବିନା ବିବାଦରେ କୌଣସି ଡିଜିପି କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିପାରୁନାହାନ୍ତି କାହିଁକି । ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ।  କାରଣ ଯଦି 2012 ମସିହାରୁ ପ୍ରକାଶ ମିଶ୍ର ଡିଜିପି ହେବା ବେଳରୁ ଦେଖାଯାଏ ତେବେ କେହି ବି ଜଣେ ଡିଜି ତାଙ୍କାର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିପାରି ନାହାନ୍ତି । ଏଥିପାଇଁ ଦୋଷ କାହାର ? ସେହି ବରିଷ୍ଠ IPSମାନଙ୍କର ନା ସରକାରଙ୍କର । ଡିଜିପି ନିଯୁକ୍ତି ପରେ ଉକ୍ତ ଅଧିକାରୀଙ୍କ ସହ ସରକାରଙ୍କର କିଛି ସ୍ବାର୍ଥ ଜନିତ ହିସାବ ନିକାଶ ହୋଇପାରୁନି ବୋଲି ତାଙ୍କୁ ହଟେଇ ଦିଆଯାଉଛି କି ? କାରଣ ଯଦି ସରକାରଙ୍କ ଦୋଷ ନଥାନ୍ତା ଅଧିକାରୀଙ୍କ ଦୋଷ ରୁହନ୍ତା ତେବେ ଜଣେ କି ଦୁଇ ଜଣ କ୍ଷେତ୍ରରେ ଏଭଳି ହୋଇଥାନ୍ତା ।  କିନ୍ତୁ ଜଣେ ନୁହେଁ କି ଦୁଇ ଜଣ ନୁହେଁ ଗତ 6 ବର୍ଷ ଭିତରେ 5 ଜଣ ଡିଜିପିଙ୍କ କ୍ଷେତ୍ରରେ ଏଭଳି ହେବା ସରକାରଙ୍କ ସ୍ବାର୍ଥ ଜନୀତ ଦୋଷ ରହୁଥିବା ବୟାନ କରୁଛି । ସରକାରଙ୍କ ସହ ଏମାନଙ୍କର ସଠିକ୍ ଡିଲ୍ ହୋଇପାରୁନି ତେଣୁ ତାଙ୍କୁ ବିଦା କରାଯାଉଛି । ଯଦି ଏକଥା ସତ ହୁଏ ତେବେ କଥା ଆହୁରି ସାଙ୍ଘାତିକ । କାରଣ ସରକାର ଅଧିକାରୀଙ୍କୁ ସ୍ବାଧୀନ ଭାବେ ସଚ୍ଚୋଟତାର ସହ କାମ କରିବାକୁ ସୁଯୋଗ ଦେଉନଥିବା ଜଣାପଡ଼ିଯିବ ।

କେବଳ ବି. କେ ଶର୍ମା ପ୍ରଥମ ନୁହନ୍ତି, ପୂର୍ବରୁ ରାଜ୍ୟ ପୋଲିସର ମୁଖିଆ ଥିବା ଏକାଧିକ ଆଇପିଏସ୍‌ଙ୍କୁ ଏମିତି ପଦରୁ ହଟାଇଛନ୍ତି ରାଜ୍ୟ ସରକାର । ବିଜୟ କୁମାର ଶର୍ମାଙ୍କ ପୂର୍ବରୁ ରାଜେନ୍ଦ୍ର ପ୍ରସାଦ ଶର୍ମା, କେ. ବି. ସିଂହ, ସଂଜୀବ ମାରିକ ଏବଂ ପ୍ରକାଶ ମିଶ୍ରଙ୍କୁ ମଧ୍ୟ ରାଜ୍ୟ ପୋଲିସର ମୁଖିଆ ପଦରୁ ହଟାଇଛନ୍ତି । ଆର.ପି ଶର୍ମା ଜଦିଓ ବିବାଦୀୟ ହୋଇନାହାନ୍ତି କିନ୍ତୁ ତାଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ତାଙ୍କୁ ଆଗୁଆ ଅବସର ଦେଇ ଲୋକୟୁକ୍ତ ସଦସ୍ୟ କରିଛନ୍ତି ରାଜ୍ୟ ସରକାର । ସେହି ଭଳି କେ.ବି. ସିଂହ ବିରୋଧରେ ଅଭିଯୋଗ ହେବାରୁ ମାଓ ସମୀକ୍ଷା ପାଇଁ କେ.ବି. ସିଂହ ସମ୍ବଲପୁର ଗସ୍ତରେ ଯାଇଥିବା ବେଳେ ତାଙ୍କୁ ପଦରୁ ହଟାଯାଇଥିଲା । ଡିଏସପି ବଦଳିରେ ଅନିୟମିତତା କରିଥିବା ନେଇ ସଂଜୀବ ମାରିକଙ୍କ ନାଁରେ ସଂଗୀନ ଅଭିଯୋଗ ଆସିଥିଲା । ପ୍ରମାଣ ମିଳିବା ପରେ ସରକାର ତୁରନ୍ତ ସଂଜୀବ ମାରିକଙ୍କୁ ଡିଜିପି ପଦରୁ ହଟାଇଥିଲେ । ସେହିଭଳି ୨୦୦୬ରୁ ୨୦୦୯ ମସିହା ମଧ୍ୟରେ ପ୍ରକାଶ ମିଶ୍ର ରାଜ୍ୟ ହାଉସିଂ ଏବଂ ୱେଲଫେୟାର ବିଭାଗରେ ଥିବା ବେଳେ ୫୯ କୋଟି ଟଙ୍କା ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା । ନିଜ ପଦବୀର ଅପବ୍ୟବହାର କରିବା ସହ ବେନିୟମ ଭାବେ ମେଣ୍ଟ ଓ ଷ୍ଟିଲ କିଣିବାକୁ ପ୍ରକାଶ ମିଶ୍ର କହିଥିବା ସରକାର କହିଥିଲେ । ଦୁର୍ନୀତି ଅଭିଯୋଗରେ ପ୍ରକାଶ ମିଶ୍ରଙ୍କୁ ପୋଲିସ ଡିଜି ପଦବୀରୁ ହଟାଇଥିଲେ ରାଜ୍ୟ ସରକାର । ଏହା ପରେ କେନ୍ଦ୍ରୀୟ ଡେପୁଟେସନରେ ଯାଇ CRPF ଡିଜି ହୋଇଥିଲେ ପ୍ରକାଶ ମିଶ୍ର । ଯେତେବଳେ CBI ନିର୍ଦ୍ଦେଶକ ଭାବେ ପ୍ରକାଶଙ୍କୁ ନିଯୁକ୍ତି ଦେବାକୁ କେନ୍ଦ୍ର ସରକାର ଯୋଜନା କରୁଥିଲେ ସେତେବେଳେ ତାଙ୍କ ନାଁରେ ମାମଲା ରୁଜୁ କରି ରାଜ୍ୟ ସରକାର । CBI ନିର୍ଦ୍ଦେଶକ ହେବାରୁ ପ୍ରକାଶଙ୍କ ବଞ୍ଚିତ ରିଖିବାକୁ ରାଜ୍ୟ ସରକାର ଏଭଳି କରିଥିବା ଚର୍ଚ୍ଚା ହୋଇଥିଲା । ପ୍ରକାଶ ସିବିଆଇ ନିର୍ଦ୍ଦେଶକ ହେଲେ ରାଜ୍ୟରେ ହୋଇଥିବା ଚିଟ୍‌ଫଣ୍ଡ ମାମଲାରେ ବହୁ ମନ୍ତ୍ରୀ ଏବଂ ନେତା ବାନ୍ଧା ହେବେ ବୋଲି ତାଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ଅଭିଯୋଗ କରିଥିଲେ ବିରୋଧୀ । ପରେ ଏହି ମାମଲାରେ ସୁପ୍ରିମକୋର୍ଟରୁ ପ୍ରକାଶ ମିଶ୍ରଙ୍କୁ କ୍ଲିନଚିଟ ମିଳିଥିଲା ।

ସୂଚନା ଅନୁସାୟରେ ବିଭିନ୍ନ ସଂସ୍ଥାକୁ ଫାୟାର ସେଫ୍‌ଟି ସାର୍ଟିଫିକେଟ୍‌ ଦେବାରେ ଅନିୟମିତତା ଏବଂ ଅଗ୍ନିଶମ ବିଭାଗରେ ଦୀର୍ଘ ଦିନ ଧରି ଫାଇଲ୍‌ ପକାଇ ରଖିବା  ଗତକାଲି ଭାରପ୍ରାପ୍ତ ଡିଜି ବି. କେ ଶର୍ମାଙ୍କୁ ପଦରୁ ହଟାଇଛନ୍ତି ସରକାର । ତାଙ୍କ ସ୍ଥାନରେ ନୂଆ ପୋଲିସ ଡିଜି ଭାବେ ନିଯୁକ୍ତ ହୋଇଛନ୍ତି ୧୯୮୬ ବ୍ୟାଚ୍‌ର ଆଇପିଏସ୍‌ ଅଭୟ । ଏବେ ସେ ହାଇଦ୍ରାବାଦ୍‌ ସ୍ଥିତ ନ୍ୟାସନାଲ ପୋଲିସ୍‌ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି । ତେବେ ସେ ପଦରେ ଯୋଗ ଦେବା ଯାଏ ବି. କେ. ଶର୍ମାଙ୍କ ସ୍ଥାନରେ ମଧ୍ୟବର୍ତ୍ତୀକାଳୀନ ଡିଜି ଦାୟିତ୍ବ ତୁଲାଇବେ ଜେଲ୍‌ ବିଭାଗର ଡିଜି ଥିବା ସତ୍ୟଜିତ ମହାନ୍ତି । ସତ୍ୟଜିତ୍‌ ମହାନ୍ତିଙ୍କୁ  ଗୁଇନ୍ଦା ନିର୍ଦେଶକ ଭାବେ ଦିଆଯାଇଛି ନିଯୁକ୍ତି । ଡିଜିପି ପଦରୁ ଯାଇଥିବା ବି.କେ. ଶର୍ମାଙ୍କୁ ଅଗ୍ନିଶମ ବିଭାଗରୁ ମଧ୍ୟ ବଦଳି କରାଯାଇ ଗୃହ ବିଭାଗର ଓଏସ୍‌ଡି ଭାବେ ନିଯୁକ୍ତି ଦିଆଯାଇଛି ।

Related Posts