ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଯୁକ୍ତ୨ ନାମଲେଖା ଆବେଦନ ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଥିବା ନାମଲେଖା କଟକଣାକୁ କୋହଳ କରାଯାଇଛି। ପୂର୍ବ ନିୟମ ଅନୁଯାୟୀ ଛାତ୍ରଛାତ୍ରୀ ଯୁକ୍ତ୨ରେ ନାମ ଲେଖିବା ପାଇଁ କେବଳ ୧୦ ଟି କଲେଜରେ ଛାତ୍ର ଛାତ୍ରୀ ମାନେ ଆବେଦନ କରିପାରୁଥିଲେ। କିନ୍ତୁ ବର୍ତ୍ତମାନ ଏହି ନିୟମକୁ ହଟାଇଦିଆଯାଇଛି।ଚଳିତ ବର୍ଷ ଏଥିପାଇଁ କୌଣସି ସୀମା ରଖାଯାଇନାହିଁ। କିନ୍ତୁ ଛାତ୍ରଛାତ୍ରୀମାନଙ୍କୁ ସର୍ବନିମ୍ନ ୫ ଟି କଲେଜରେ ଆବେଦନ କରିବାକୁ ବାଧ୍ୟତାମୂଳକ କରାଯାଇଛି।

ଏହାସହ ଅନ୍‌ଲାଇନ୍‌ ଆବେଦନ ବେଳେ ଆବେଦନକାରୀମାନେ ହ୍ବାଟସ୍‌ଆପ୍‌ ନମ୍ବର ଦାଖଲ କରିବାକୁ କୁହାଯାଇଛି। ସ୍କୁଲରେ ପଢ଼ିବା ସମୟରେ ପିଲାଙ୍କୁ ଦିଆଯାଇଥିବା ୧୬ଟିକିଆ ୟୁନିକ୍‌ ଷ୍ଟୁଡେଣ୍ଟ ଆଇଡି ନମ୍ବରକୁ ଫର୍ମ ପୂରଣ ସମୟରେ ଦେବାକୁ ବାଧ୍ୟତାମୂଳକ ହୋଇଛି। ନାମଲେଖା ସମ୍ପର୍କିତ କୌଣସି ସୂଚନା ପାଇଁ ଦୁଇଟି ଟୋଲ-ଫ୍ରି’ ନମ୍ବର ୧୫୫୩୩୫ ଓ ୧୮୦୦-୩୪୫-୬୭୭୦ ଜାରି ହୋଇଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆୟର ସୂଚନା ଦେଇଛନ୍ତି।