ପ୍ରକାଶ ପାଇଲା +୨ ବାଣିଜ୍ୟ ରେଜଲ୍ଟ

ପ୍ରକାଶ ପାଇଲା +୨ ବାଣିଜ୍ୟ ରେଜଲ୍ଟ । ଚଳିତବର୍ଷ ୭୪.୯୫ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ମୋଟ୍ ୨୫ହଜାର ୭୮୫ ପିଲାଙ୍କ ମଦ୍ୟରୁ ୧୯ହଜାର ୩୧୮ ପିଲା ପାସ୍ କରିଛନ୍ତି । ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ରେଜଲ୍ଟ ଘୋଷଣା କରିଛନ୍ତି । ନୟାଗଡ଼ରେ ପାସ୍ ହାର ସର୍ବାଧିକ ୮୮.୭୦ ପ୍ରତିଶତ ଥିବା ବେଳେ ଦେବଗଡ଼ରେ ପାସ୍ ହାର ସର୍ବନିମ୍ନ ୩୪.୧୭ ପ୍ରତିଶତ ରହିଛି । ୪୦ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ଗତବର୍ଷ ୩୧ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିଲେ । ୨୯ଟି କଲେଜରେ ୧୦୦ ପ୍ରତିଶତ ପିଲା ପାସ୍ ହୋଇଥିବା ସୂଚନା ରହିଛି ।

Related Posts