ଅପରାହ୍ନରେ ବାହାରିବ +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ

+2 RESULT


(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଆଜି ପ୍ରକାଶ ପାଇବା ପାଇଁ ଯାଉଛି +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ । ଏନେଇ ଛାତ୍ରଛାତ୍ରୀମାନେ www.orisssaresults.nic.in ୱେବସାଇଟରେ ନିଜ ନିଜର ପରୀକ୍ଷାଫଳ ଦେଖିପାରିବେ । ଛାତ୍ରଛାତ୍ରୀ ନିଜର ରୋଲ୍ ନମ୍ବର ଦେଇ ରେଜଲ୍ଟ ଜାଣିପାରିବେ। ଏଥି ସହ ସାମ୍ସ କଲେଜ ଇ-ସ୍ପେସ୍ ରେ ମଧ୍ୟ ଫଳ ଉପଲବ୍ଧ ହେବ। ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ଏଥର ମୋଟ୍ ୧ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜିକରଣ କରିଛନ୍ତି ।

ଯେଉଁଥିରେ ବିଜ୍ଞାନ ବିଭାଗର ୯୫ ହଜାର ଓ ବାଣିଜ୍ୟର ୨୫ ହଜାର ଛାତ୍ରଛାତ୍ରୀ ରହିଛନ୍ତି। ମାଟ୍ରିକ୍ ପରି ଯୁକ୍ତ ୨ରେ ବି ପାସ୍ ହାର ୯୦%ରୁ ଅଧିକ ହେବା ଆଶା କରାଯାଉଛି । ତେବେ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ବିଭାଗର ପରୀକ୍ଷାଫଳ କେବେ ପ୍ରକାଶ ପାଇବ ତାହା ଏଯାଏ ନିର୍ଦ୍ଧାରଣ କରାଯାଇନି । ତେଣୁ କଳା ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ପାଇଁ ଅଧିକ ସମୟ ଦେବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ପରିଷଦ ପକ୍ଷରୁ ଅପିଲ କରାଯାଇଛି ।

ତେବେ ଚଳିତ ବର୍ଷ କରୋନାକୁ ଦୃଷ୍ଟିରେ ରଖି +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ହୋଇନଥିଲା । ଛାତ୍ରଛାତ୍ରୀଙ୍କର ପୂର୍ବମାର୍କକୁ ଦୃଷ୍ଟିରେ ରଖି ଆଜି ରେଜଲ୍ଟ ବାହାରିବ ବୋଲି ସୂଚନା ମିଳିଛି । ଯଦି କୌଣସି ଛାତ୍ରଛାତ୍ରୀ ନିଜ ମାର୍କକୁ ନେଇ ଅସନ୍ତୋଷ ହୁଅନ୍ତି ତାହାଲେ ସେମାନେ ଅଫଲାଇନ ପରୀକ୍ଷା ଦେଇ ପାରିବେ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛ

Related Posts