ମୁଁ ଏବେ ବି ବିଜେଡିରେ ଅଛି; ବିଜେଡି ତାଲିକାରୁ ମୋ ନାଁ କଟାଯାଇ ନାହିଁ: ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁଣିଥରେ ଲାଇମଲାଇଟକୁ ଆସିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଏଥର କୌଣସି ବିବାଦ ପାଇଁ ନୁହେଁ ବରଂ ନିଜର ବୟାନ ପାଇଁ ଚର୍ଚ୍ଚାରେ ରହିଛନ୍ତି । ତେବେ ମୋତେ ଗୋପାଳପୁର ନିର୍ବାଚନ ମଣ୍ଡଳୀର କୌଣସି ବୈଠକକୁ ଡକାଯାଉ ନାହିଁ। କିନ୍ତୁ ନିୟମ ଅନୁସାରେ ସ୍ଥାନୀୟ ଲୋକପ୍ରତିନିଧିଙ୍କୁ ବୈଠକ ଓ ଅନ୍ୟାନ୍ୟ କାର୍ୟ୍ୟକ୍ରମର ଆୟୋଜନ ସଂପର୍କରେ ଜଣାଇବା କଥା।

ସେ ଆହୁରି କହିଛନ୍ତି ଯେ, ବିଧାନସଭା ୱେବସାଇଟ ସୂଚୀରେ୨୬ ନଂ ସ୍ଥାନରେ ମୋର ନାଁ ରହିଛି। ବିଜେଡିର ତାଲିକାରୁ ମୋର ନାଁ କଟାଯାଇ ନାହିଁ। ମୁଁ ଏବେ ବି ବିଜେଡିରେ ଅଛି। ବିଜେଡିରୁ ବହିଷ୍କାର ହୋଇନାହିଁ। ମୁଁ ଜଣେ ବିଜେଡିର ସଦସ୍ୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଦି ମୋତେ ଭଲ ପାଉ ନ ଥାନ୍ତେ ତା’ହେଲେ ଲିଖିତ ଭାବେ ବିଧାନସଭାକୁ ଜଣାଇଥାନ୍ତେ ବୋଲି ଶ୍ରୀ ପାଣିଗ୍ରାହୀ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts