ହସ୍ପିଟାଲରେ କରୋନାର କରୁଣ ସ୍ଥିତି, ଅକ୍ସିଜେନ୍ ଅଭାବରୁ ଭେଣ୍ଟିଲେଟରରେ୨୪ଜଣଙ୍କ ମୃତ୍ୟୁ

nasik

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମଣ ସ୍ଥିତି ଉଦବେଗ ଜନକ ଥିଲା ବେଳେ ମହାରାଷ୍ଟ୍ରର ନାସିକ ଠାରେ ଏକ ଦୁଃଖଦ ଘଟଣା ଘଟିଛି । ତେବେ ନାସିକ ସ୍ଥିତ ଡ.ଜାକିର ହୁସେନ ହସ୍ପିଟାଲରେ ଅମ୍ଳଯାନ ଭର୍ତ୍ତି କରୁଥିବା ବେଳେ ଟ୍ୟାଙ୍କର ଲିକ୍ ହେଇଥିଲା । ଯାହା ଫଳରେ ଅମ୍ଳଯାନ ଯୋଗାଣ ପ୍ରାୟ ୩୦ ମିନିଟ୍ ବନ୍ଦ ରହିଥିଲା । ଏହି ତୃଟି ଯୋଗୁଁ ୨୪ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିଲା ବେଳେ ୩୩ଜଣ ରୋଗୀ ଗୁରୁତର ହୋଇଛନ୍ତି । ଅନ୍ୟପଟେ ମହାରାଷ୍ଟ୍ରରେ ଅମ୍ଳଯାନର ଘୋର ସଂଙ୍କଟ ଦେଖାଦେଇଥିବା ସମୟରେ ଏପରି ଏକ ଲୋମଟାଙ୍କୁରା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଏହି ହସ୍ପିଟାଲରେ ମୋଟ୧୫୭ କରୋନା ରୋଗୀ ଚିକିତ୍ସିତ ହେଉଥିଲେ । ଏହି ହସ୍ପିଟାଲଟି ନାସୀକ ମୁନିସିପାଲ ଅଧୀନରେ କାମ କରିଥାଏ । ବର୍ତ୍ତମାନ ଏହା କୋଭିଡ୍ ହସ୍ପିଟାଲରେ ପରିଣତ ହୋଇଛି । ଗତକାଲି ମଧ୍ୟାହ୍ନ୧ଟା୩୦ସମୟରେ ଏହି ଅଘଟଣ ଘଟିଥିଲା । ହସ୍ପିଟାଲ ଟ୍ୟାଙ୍କରେ ଅମ୍ଳଯାନ ଭର୍ତ୍ତି ହେବା ସମୟରେ ତାହା ଲିକ୍ ହେଇଥିଲା । ଏଥି ଯୋଗୁଁ ପ୍ରାୟ ୨୦ କିଲୋ ଅମ୍ଳଯାନ ନଷ୍ଟ ହୋଇଛି । ଅଗ୍ନିଶମ ବିଭାଗ ସହାୟତାରେ ଠିକ୍ କରାଯାଇଥିଲା । ତେବେ ୩୦ମିନିଟ୍ ନୁହଂ ପ୍ରାୟ ୨ଘଣ୍ଟାଧରି ଅମ୍ଳଯାନ ଯୋଗାଣ ବନ୍ଦ ଥିବା ରୋଗୀଙ୍କ ସମ୍ପକୀୟମାନେ ଅଭଯୋଗ କରିଛନ୍ତି ।
ଏହି ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟମାନ୍ତ୍ରୀ ରାଜେଶ ଟୋପେ କହିଛନ୍ତି । ମୃତକଙ୍କ ମଧ୍ୟରେ ୧୧ଜଣ ମହିଳା ୧୩ଜଣ ପୁରୁଷ ଥିଲେ । ଏହି ଘଟଣାର ଯାଞ୍ଚ ପାଇଁ ଜଣେ ଆଇଏଏସ୍ ଅଧିକାରୀ,ଇଞ୍ଜିନିୟର ଓ ବରିଷ୍ଠ ଡାକ୍ତର ଟିମ୍‌କୁ ଦାୟିତ୍ୱ ଦିଆଯାଇଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଉଦବେଗ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ।

Related Posts