ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ,୨୫ ଗୋରୁ ମୃତ

ସତ୍ୟପାଠ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ୬୦ ନମ୍ବର ଜାତୀୟ ରାଜପଥ ଉପରେ ଏକ କଣ୍ଟେନର ଓଲଟି ପଡ଼ିବାରୁ ୨୫ଟି ଗୋରୁଙ୍କର ମୃତ୍ୟୁ ହୋଇଛି । ଏହା ସହିତ ୩୫ରୁ ଅଧିକ ଗୋରୁ ଗୁରୁତର ହୋଇଛନ୍ତି । ସେମାନଙ୍କର ଚିକିତ୍ସା ଚାଲିଛି । ଗୋରୁ ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ପଶ୍ଚିମବଙ୍ଗକୁ ଯାଉଥିବା ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାର ଶୀକାର ହୋଇଥିଲା । ରାସ୍ତା କଡ଼କୁ କଣ୍ଟେନର ଓଲଟି ପଡ଼ିବାରୁ ୨୫ଟି ଗୋରୁଙ୍କର ମୃତ୍ୟୁ ହୋଇଛି । ଘଟଣା ପରେ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି । ପଶ୍ଚିମବଙ୍ଗକୁ ଗୋରୁ ଚୋରା ଚାଲାଣ ହେଉଥିଲା ବୋଲି ଅଭିଯୋଗ ହୋଇଛି । ତୁରନ୍ତ ଅଭିଯୁକ୍ତଙ୍କୁ ଧରିବାକୁ ଦାବି କରାଯାଇଛି । ଜଳେଶ୍ୱର ଥାନା ଆଇଆଇସି ପ୍ରଦୀପ କୁମାର ମାଝୀ ଦୁର୍ଘଟଣା ସ୍ଥଳରେ ପହଁଚି ତଦନ୍ତ କରୁଛନ୍ତି ।

Related Posts