ଟ୍ରିପଲ ମର୍ଡର ଓ ଗୁଳିମାଡକୁ ନେଇ ଗୃହରେ ତାତି

ସତ୍ୟପାଠ ବ୍ୟୁରୋ : ଆଜି ଗୃହ ଆରମ୍ଭରୁ ହଟ୍ଟଗୋଳ ହୋଇଛି । ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ହଙ୍ଗାମା କରିଛି ବିଜେପି । ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିବା ପରେ ଗୃହକୁ ମୂଲତବୀ କରାଯାଇଥିଲା ।

କେନ୍ଦ୍ରାପଡା ଗୁଳିକାଣ୍ଡ ଓ ପଟ୍ଟନାୟିକା ଟ୍ରିପଲ୍ ମର୍ଡର ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଜେପି ସଦସ୍ୟମାନେ ଏହି ପ୍ରସଙ୍ଗ ଉଠାଇ ଅଭିଯୋଗ କରିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ବିପର‌୍ୟ୍ୟସ୍ତ ହୋଇପଡିଛି । ଏହି ପ୍ରସଙ୍ଗ ଉଠାଇ ପ୍ରଶ୍ନକାଳକୁ ବାତିଲ କରି ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ବିଜେପି ସଦସ୍ୟ ଦାବି କରିଥିଲେ । କେନ୍ଦ୍ରପଡାରେ ଶନିବାର ରାତିରେ ଗୁଳିକାଣ୍ଡରେ ଜଣେ ଗୁରୁତର ହୋଇଥିବାବେଳେ ଗତକାଲି ପୁରୀ-ଭୁବନେଶ୍ୱର ରାସ୍ତାର ପଟ୍ଟନାଇକିଆ ଛକରେ ଦିନ ଦ୍ୱିପହରରେ ଦୁର୍ବୃତ୍ତମାନେ ଆତଙ୍କରାଜ ଚଳାଇ ୩ ଜଣଙ୍କୁ ହତ୍ୟା କରିଛନ୍ତି ।

Related Posts