ଆତ୍ମସମର୍ପଣ କଲେ ୨୫୦ରୁ ଅଧିକ ମାଓବାଦୀ

ମାଲକାନଗିରି:ମାଲକାନଗିରିରେ ମହୁପଦର ଅଂଚଳର୨୫୦ରୁ ଅଧିକ ମିଲିସିଆ ମାଓବାଦୀ ମାଥିଲି ଆଇଆଇସିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି । ପୋଲିସ ସେମାନଙ୍କୁ ଡ୍ରେସ ଓ କମ୍ବଳ ମାଗଣାରେ ବଣ୍ଟନ କରିଛନ୍ତି ।
ଅନେକ ସମୟରେ ଲାଲବାହିନୀ ଘଟଣାଉଥିବା ବର୍ବରକାଣ୍ଡ ପଛରେ ସାମିଲ ରହୁଥିଲେ କିଛି ସମର୍ଥକ ବା ମିଲିସିଆ ମାଓବାଦୀ । ପୂର୍ବରୁ ପୋଲିସ ବିରୁଦ୍ଧରେ ନକ୍ସଲଙ୍କ ସମର୍ଥନ ବା କାମ କରୁଥିବା ୨୫୦ରୁ ଅଧିକ ମିଲିସିଆ ମାଓବାଦୀ ମାଲକାନଗିରି ଜିଲ୍ଲା ମହୁପଦର ଫାଣ୍ଠିରେ ମାଥିଲି ପୋଲିସ ଆଇଆଇସିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି । ବର୍ତ୍ତମାନ ସେମାନେ ନକ୍ସଲଙ୍କ ସମର୍ଥନ ଛାଡ଼ି ଠିକ ରାସ୍ତାରେ ଚାଲିବେ ବୋଲି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ପୋଲିସ ଖୁସି ହୋଇ ସେମାନଙ୍କୁ ମାଗଣାରେ କମ୍ବଳ ଓ ଡ୍ରେସ ବଣ୍ଟନ କରିଛନ୍ତି ।
Related Posts