ଝାଡଖଣ୍ଡ ଜନାଦେଶ : ବିଜେପିକୁ ଝଟକା, ଆଗରେ କଂଗ୍ରେସ-ଜେଏମଏମ୍ ମେଣ୍ଟ

ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇବ। ୮୧ଟି ଆସନରେ ଭୋଟ ଗଣତି ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଜେଏମଏମ-କଂଗ୍ରେସର ମହାମେଣ୍ଟ ବହୁମତ ହାସଲ କରି ଆଗରେ ଅଛି। ସେପଟେ ଶାସନରେ ଥିବା ବିଜେପି ପଛରେ ଅଛି। ଏବେ ଜେଭିଏମ୍ ଏବଂ ଆଜସୁ କାହାର ସାଥ ଦେବେ ତାହା ସସପେନ୍ସ ରହିଛି। ରାଜ୍ୟରେ ୮୧ଟି ଆସନରୁ ଜେଏମଏମକୁ ୪୦, ବିଜେପି ୩୦ ଜେବିଏମ୍ ୩, ଅନ୍ୟାନ୍ୟ ଦଳ ୪ ଓ ଆଜସୁକୁ ୪ଟି ଆସନ ମିଳିଛି। ଝାଡଖଣ୍ଡରେ ନଭେମ୍ଵର ୩୦ ରୁ ଡିସେମ୍ଵର ୨୦ ଯାଏଁ ୫ ପର୍ଯ୍ୟାୟରେ ମତଦାନ ହୋଇଥିଲା।

Related Posts