ଆଠ ବର୍ଷ ଭିତରେ ୨୪୦୩ ଏସସିଏସଟି ବର୍ଗର ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଛନ୍ତି: ମନ୍ତ୍ରୀ ଜଗନ୍ନାଥ ସାରକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଜଗନ୍ନାଥ ସାରକ ବଡ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଆଠ ବର୍ଷ ଭିତରେ ୨୪୦୩ ଏସସିଏସଟି ବର୍ଗର ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଛନ୍ତି। ଏଯାଏ ଦଶମ ପାସ ପରେ ୨୦୧୪ ଜଣ ଓ ପ୍ରାୟ ୩୪୭୬ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରେ ନାଁ ନଲେଖାଇ ପାଠପଢା ଛାଡ଼ିଛନ୍ତି। ସେ ଆହୁରି କହିଛନ୍ତି, କରୋନା ମହାମାରୀ ସମୟରେ ଅଧିକ ପିଲା ଛାଡ଼ିଛନ୍ତି ପାଠ।

୨୦୨୦ରେ ୨୪୭ ଜଣ ଅଣ୍ଡର ମାଟ୍ରିକରୁ ପାଠ ଛାଡ଼ିଛନ୍ତି। ସେହିପରି ୪୯୧ ଜଣ ମାଟ୍ରିକ ପରେ ପାଠ ଛାଡ଼ିଛନ୍ତି। ୨୦୨୧ରେ ୧୭୨ ଜଣ ଅଣ୍ଡର ମାଟ୍ରିକରୁ ପାଠ ଛାଡ଼ିଛନ୍ତି। ସେହିପରି ୮୩୩ ଜଣ ମାଟ୍ରିକ ପରେ ପାଠ ଛାଡ଼ିଛନ୍ତି। ୨୦୨୨ରେ ୬୧୮ ଜଣ ଅଣ୍ଡର ମାଟ୍ରିକରୁ ପାଠ ଛାଡ଼ିଛନ୍ତି। ସେହିପରି ୩୨ ଜଣ ମାଟ୍ରିକ ପରେ ପାଠ ଛାଡ଼ିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଧରିବାରେ ଲାଗିଛି ।

Related Posts