ରାଜପଥରେ 26 ଜାନୁଆରୀର ଟ୍ରେଲର

ମାତ୍ର ଦୁଇ ଦିନ ପରେ ଭାରତର ଗଣତନ୍ତ୍ରର ଗୌରବ ଗାଥା ଦେଖିବ ସାରା ଦୁନିଆ । ଏହାକୁ ସାରା ବିଶ୍ବ କରିବ ସଲାମ୍‌ । ଗଣତନ୍ତ୍ର ଦିବସର ପ୍ରସ୍ତୁତିରେ ଯେମିତି କୌଣସି ଅଭାବ ରହି ନ ଯିବ, ସେଥିପାଇଁ ଆଜି ରାଜଧାନୀର ବିଜୟ ଚୌକରୁ ଲାଲକିଲ୍ଲା ଯାଏଁ କରାଯାଇଛି ଫୁଲ୍‌ ଡ୍ରେସ୍‌ ରିହର୍ସେଲ୍‌ । ଦିଲ୍ଲୀର ରାଜପଥରେ ଦେଖାଯାଇଛି 26 ଜାନୁଆରୀର ଟ୍ରେଲର ।

ଗଣତନ୍ତ୍ର ଦିବସ ସମାରୋହ ପାଇଁ ରାଜଧାନୀ ଦିଲ୍ଲୀରେ ଚାଲିଛି ଜୋରଦାର ପ୍ରସ୍ତୁତି । ବେଶ୍‌ କିଛି ଦିନ ହେଲା ଚାଲିଥିଲା ପ୍ରାକ୍ଟିସ୍‌ ପରେଡ୍‌ । ହାଡ଼ଭଙ୍ଗା ଶୀତକୁ ଖାତିର ନ କରି ସାମିଲ୍‌ ହେଉଥିଲେ ବୀର ଯବାନ ଓ ବିଭିନ୍ନ ଟିମ୍‌ । କିନ୍ତୁ ଗଣତନ୍ତ୍ର ସମାରୋହର ଦୁଇ ଦିନ ପୂର୍ବରୁ ହୋଇଛି ଫୁଲ୍‌ ଡ୍ରେସ୍‌ ରିହର୍ସେଲ୍‌ ।

ଏଥିରେ ଦେଖାଯାଇଛି ଭାରତୀୟ ସେନାର ଶକ୍ତି, ପରାକ୍ରମ । ଦେଖିବାକୁ ମିଳିଛି ବିଭିନ୍ନ ରାଜ୍ୟର ଆକର୍ଷଣୀୟ ପ୍ରଜ୍ଞାପନ ମେଢ଼ । ଗୌଟିଏ ପଟେ ରଙ୍ଗ, ଶୋଭା ଓ ସୌନ୍ଦର୍ଯ୍ୟ ଅନ୍ୟପଟେ ଗୌରବର ଏହି ପରମ୍ପରା କୋଟି କୋଟି ଦେଶବାସୀଙ୍କୁ କରୁଛି ମନ୍ତ୍ରମୁଗ୍ଧ ।

ଗଣତନ୍ତ୍ର ଦିବସ ସକାଳେ ମାଟିରୁ ନେଇ ଆକାଶ ଯାଏଁ ଦେଖାଯିବ ଏମିତି ସୁନ୍ଦର ଦୃଶ୍ୟ । ଦୁଃସାହସିକ କଳା କୌଶଳ । 26 ଜାନୁଆରୀରେ ଅନ୍ୟତମ ପ୍ରମୁଖ ଆକର୍ଷଣ ହେବେ ଭାରତୀୟ ସେନାର ଏହି ଡେୟାର ଡେଭିଲ୍‌ ମୋଟର ସାଇକେଲ୍‌ ଟିମ୍‌ । ଇଏ ସେହି ଟିମ୍‌ ଯେଉଁମାନେ କରିଛନ୍ତି 24ଟି ବିଶ୍ବ ରେକର୍ଡ । ଗିନିଜ୍‌ ରେକର୍ଡ ମଧ୍ୟ ରହିଛି ଏହି ଟିମ୍‌ ନାଁରେ । ଗଣତନ୍ତ୍ର ଦିବସ ପରେଡ୍‌ରେ ଏହି ଡେୟାର ଡେଭିଲ୍‌ ଟିମ୍‌ କରିବେ ଏମିତି ଅନେକ ଦୁଃସାହସିକ ପ୍ରଦର୍ଶନ ।

13ଟି ମୋଟର ସାଇକେଲ୍‌ରେ 304 ଜଣ ପୁରୁଣ ଓ ମହିଳା ଓ ଗୋଟିଏ ମୋଟର ସାଇକେଲ୍‌ରେ 61 ଜଣ ପୁରୁଷ ସବାର ହୋଇଥିବା ଦୃଶ୍ୟ ଦେଖି ଯେ କେହି ରୋମାଞ୍ଚିତ ହେବେ । ଚଳିତ ବର୍ଷ ଜଣେ ମହିଳା ଅଫିସର ମଧ୍ୟ ଏହି ଟିମ୍‌ରେ ସାମିଲ୍‌ ହୋଇଛନ୍ତି ।

Related Posts