ପୋଲିସ ମେଡାଲ ଘୋଷଣା – ଓଡିଶାରୁ ପାଇବେ 29 ଜଣ

(ସତ୍ୟପାଠ) ଭୁବନେଶ୍ବର : ସାଧାରଣ ତନ୍ତ୍ର ଦିବସ ପୂର୍ବରୁ ପୋଲିସ ର ମେଡାଲ ଘୋଷଣା  । ଆସନ୍ତାକାଲି ସାରା ଦେଶରେ ଗଣତନ୍ତ୍ର ଦିବସ ପାଳନ କରାଯିବ। ତେବେ ୩ଟି ବର୍ଗରେ ଓଡ଼ିଶାରୁ ମୋଟ ୨୯ ଜଣ ପୁଲିସ୍‌ କର୍ମଚାରୀ ମେଡାଲ ପାଇବେ। ସାହସିକତା ପାଇଁ ୧୬ ଜଣ ପୁଲିସ୍‌ କର୍ମଚାରୀ ପାଇବେ ଏହି ମେଡାଲ। ଏହା ସହିତ ବିଶିଷ୍ଟ ସେବା ପାଇଁ ୨ ଜଣ ଏବଂ ଉଲ୍ଲେଖନୀୟ ସେବା ପାଇଁ ୧୧ଜଣଙ୍କୁ ମେଡାଲ ପ୍ରଦାନ କରାଯିବ।

ଏଡିଜି ଆର୍.ପି କୋଚେ ଏବଂ ଭିଜିଲାନ୍ସ ASI ମନୋରଂଜନ ସାମଲ ବିଶିଷ୍ଟ ସେବା ପଦକ ପାଇବେ । ସେହିପରି ASP ବିଶ୍ୱନାଥ ମିଶ୍ର, କମାଣ୍ଡାଣ୍ଟ ବାଳକୃଷ୍ଣ ମିଶ୍ର, ASP ସୁଶାନ୍ତ ବିଶ୍ୱାଳ, ଇନ୍ସପେକ୍ଟର ଆଶିଷ ମିଶ୍ର ଉଲ୍ଲେଖନୀୟ ସେବା ପଦକ ପାଇବେ। ଅନ୍ୟପକ୍ଷରେ SI ଗଗନ ନାୟକଙ୍କ ସହ ୧୬ ଜଣ ପୁଲିସ୍‌ ସାହସିକତା ପଦକ ଗ୍ରହଣ କରିବେ।

 

 

Related Posts