+୩ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ

ସତ୍ୟପାଠ ବ୍ୟୁରୋ : ଆଜି ଠାରୁ ଯୁକ୍ତ ତିନି ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଯୁକ୍ତ ତିନି ସ୍ୱୟଂ ଶାସିତ ମହାବିଦ୍ୟାଳୟ, ସେଲ୍ଫ ଫାଇନାନ୍ସିଂ ଡିଗ୍ରୀ କଲେଜ ନାମଲେଖା ଲାଗି ଆଜି ଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ପୂର୍ବାହ୍ନ ୧୧ଟା ଠାରୁ ରେ ଫର୍ମ ଉପଲବ୍ଧ ହେବ । ଏହାପରେ ଛାତ୍ରଛାତ୍ରୀମାନେ ଜୁଲାଇ ୮ ତାରିଖ ପୂର୍ବାହ୍ନ ୧୧ଟା ମଧ୍ୟରେ ଆବେଦନ କରିପାରିବେ ।

ଚଳିତ ବର୍ଷ ଯୁକ୍ତ ତିନି ପାଇଁ କେବଳ ଅନଲାଇନରେ ଆବେଦନ କରିହେବ । ଛାତ୍ରଛାତ୍ରୀଙ୍କ ପାଇଁ ମୋବାଇଲ ନମ୍ବର ଓ ଇମେଲ-ଆଇଡି ବାଧ୍ୟତାମୂଳକ କରାଯାଇଛି । ଜଣେ ଛାତ୍ର/ଛାତ୍ରୀ ଅତି କମରେ ୫ଟି ଓ ଅତିବେଶୀରେ ୨୦ଟି କଲେଜ ପାଇଁ ଆବେଦନ କରିପାରିବେ । ଦିବ୍ୟାଙ୍ଗ ଓ କିନ୍ନରଙ୍କ ପାଇଁ ଫି’ ଦେବାକୁ ପଡିବ ନାହିଁ । ଜୁଲାଇ ୧୧ ତାରିଖ ଅପରାହ୍ନ ୫ଟା ସୁଦ୍ଧା ଛାତ୍ରଛାତ୍ରୀ ସମସ୍ତ ଡକ୍ୟୁମେଂଟ ଓ ଫି’ ସାମ୍ସ ରିସୋର୍ଟ ସେଣ୍ଟରରେ ଦାଖଲ କରିବେ ।

Related Posts