ନାମାଙ୍କନ ଦାଖଲ କଲେ ଅମର ଏବଂ ସସ୍ମିତ

ସତ୍ୟପାଠ ବ୍ୟୁରୋ : ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିଜେଡିର ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର । ଦଳ ପକ୍ଷରୁ ବିଧାନସଭା ପରିସରରେ ଥିବା ଅଭ୍ୟର୍ଥନା କକ୍ଷରେ ରିଟର୍ଣ୍ଣି ଅଫିସରଙ୍କ ପାଖରେ ଉଭୟ ଅମର ଓ ସସ୍ମିତ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଉଭୟ ତିନି ସେଟ୍ ଲେଖାଏଁ ନାମାଙ୍କନ ଦାଖଲ କରିଛନ୍ତି ।

ନାମାଙ୍କନ ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖଙ୍କ ସହ ବରିଷ୍ଠ ବିଜେଡି ନେତାମାନେ ଉପସ୍ଥିତ ଥିଲେ ।

Related Posts