ଭୁବନେଶ୍ୱରରୁ ବିପୁଳ ପରିମାଣର ଗଞ୍ଜେଇ ସହ ୩ଜଣ ଗିରଫ

ଭୁବନେଶ୍ୱର : ରାଜଧାନୀରେ ବ୍ୟାପୁଛି ନୀଳଜହର କାରବାର । ପୁଣିଥରେ ମିଳିଲା ବିପୁଳ ପରିମାଣର ଗଞ୍ଜେଇ । ଭୁବନେଶ୍ୱର କେସୁରା ପଟୁ ଦୟା ନଦୀ ବନ୍ଧରୁ ଏହି ସବୁ ଗଞ୍ଜେଇକୁ ଜବତ କରିଛି ପୋଲିସ । ଏହାସହିତ ୩ଜଣଙ୍କୁ ଗିରଫ ମଧ୍ୟ କରିଛି ଧଉଳି ଥାନା ପୋଲିସ ।

ଖବର ଅନୁଯାୟୀ, କୌଣସି ସୁତ୍ରରୁ ଖବର ପାଇ ଧଉଳି ଥାନା ପୋଲିସ କେସୁରା ପଟୁ ଦୟା ନଦୀ ବନ୍ଧରେ ଛକି ବସିଥିଲା । ଏହି ସମୟରେ ଏକ କାର୍‌ ଯୋଗେ ତିନି ଜଣ ଆସୁଥିବା ବେଳେ ମାଡି ବସିଲା ପୋଲିସ । ସେମାନଙ୍କ ନିକଟରୁ ପ୍ରାୟ ୪୨ କେଜିର ଗଞ୍ଜେଇ ଜବତ ହୋଇଛି । ଗିରଫ ହୋଇଥିବା ତିନି ଜଣଙ୍କଠାରୁ କାର୍‌ ଓ ଗୋଟିଏ ମୋବାଇଲ ମଧ୍ୟ ମିଳିଛି । ତେବେ ଏହି ଗଞ୍ଜେଇ କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଖୋଲତାଡ଼ କରୁଛି ପୋଲିସ ।

Related Posts