ଭୁବନେଶ୍ୱରରୁ ଗିରଫ ହେଲେ ୩ ଠକ; ଚାକିରି କରାଇଦେବାକୁ କହି ଠକିଥିଲେ ୨୦ ଲକ୍ଷ ଟଙ୍କା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭୁବନେଶ୍ୱରରୁ ଗିରଫ ହେଲେ ୩ ଠକ । ସଫ୍ଟୱେୟାର କମ୍ପାନୀରେ ଚାକିରି କରାଇ ଦେବାକୁ କହି ୨୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ହୋଇଥିବା ବେଳେ ଜଣେ ପୁଣେରୁ ବୋଲି ସୂଚନା ମିଳିଛି । ଆଇବିଏମ ସଫ୍ଟଓ୍ବେର କମ୍ପାନୀରେ ଚାକିରି କରାଇ ଦେବାକୁ କହି ଠକେଇ କରିଥିଲେ । ବାଙ୍ଗାଲୁରୁରେ ଅଭିଯୋଗ ହେବା ପରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ପୁଲିସ ସହଯୋଗରେ ଅଭିଯୁକ୍ତଙ୍କ ପାଖରେ ପହଂଚି ପାରିଛି ପୁଲିସ ।

୨୦୧୮ରୁ ବାଙ୍ଗାଲୁରୁ ପୁଲିସ ପାଇଁ ମୋଷ୍ଟୱାଂଟେଡ୍ ଥିବା ଅଭିଯୁକ୍ତଙ୍କୁ ପ୍ରଥମେ ଚନ୍ଦ୍ରଶେଖରପୁର ପୁଲିସ ଗିରଫ କରିଥିଲା । ପରେ ବାଙ୍ଗାଲୁରୁ ପୁଲିସକୁ ହସ୍ତାନ୍ତର କରାଯାଇଛି । ଅଧିକ ତଦନ୍ତ ପାଇଁ ୩ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ନେବ ବାଙ୍ଗାଲୁରୁ ପୋଲିସ ବୋଲି ସୂଚନା ମିଳିଛି ।

Related Posts