ପୋଲିସ ଗାଡ଼ି ଧକ୍କାରେ ୩ମୃତ, ୪ ଗୁରୁତର; ଦୁର୍ଘଟଣା ପରେ ଫେରାର ହେଲେ ଇନସ୍ପେକ୍ଟର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୋଲିସ ଗାଡ଼ି ଧକ୍କାରେ ୩ମୃତ, ୪ ଗୁରୁତର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ର ସୋନପୁର ଠାରେ। ତେବେ ସୁନ୍ଦରଗଡ଼ର ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ ଗାଡି ଏକ ଅଟୋକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ସୋନପୁର ହଙ୍କଳର ଚାରା ବିକିବା ପାଇଁ ରାଘବପାଳିରୁ ଅଟୋ ଯୋଗେ ଯାଉଥିବା ସମୟରେ ସୋନପୁର ପଟୁ ଆସୁଥିବା କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ସେପଟେ ଧକ୍କା ଦେଇଥିବା କାରରୁ ଏକ ପୋଲିସ ପୋଷାକ ମିଳିଥିଲା ।

ଯେଉଁଥିରେ ସ୍ନିଗ୍ଧାରାଣୀ ସୁନାଙ୍କ ନାଁ ଲେଖା ହୋଇଥିଲା । ସୋନପୁର ଏସ୍ପି କହିଛନ୍ତି, ସ୍ନିଗ୍ଧାରାଣୀ ପୁରୀରୁ ଡ୍ୟୁଟି ସାରି ଫେରୁଥିଲେ । ଗାଡିକୁ ଥାନା ଅଧିକାରୀଙ୍କ ଡ୍ରାଇଭର ଚଲାଉଥିଲେ । ଦୁର୍ଘଟଣା ପରେ ଭୟରେ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ଗାଡି ଛାଡି ଫେରାର ହୋଇଯାଇଛନ୍ତି । ଘଟଣା ନେଇ ସ୍ନିଗ୍ଧାରାଣୀ ସୁନାଙ୍କ ପୋଷ୍ଟିଂ ଅଥରିଟିଙ୍କୁ ଜଣାଇ ଦିଆଯାଇଛି । ଖୁବ୍ ଶୀଘ୍ର ଡ୍ରାଇଭରଙ୍କୁ ଗିରଫ କରାଯିବ ବୋଲି ସୋନପୁର ଏସପି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।

Related Posts