କଂଗ୍ରେସର ମୁଖପାତ୍ର ପଦରୁ ଇସ୍ତଫା ଦେଲେ ୩ ନେତା, ଖଡଗେଙ୍କ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ଦଳର ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି ଗୌରବ ବଲ୍ଲଭ, ଡିପେନ୍ଦର ଏସ ହୁଡା ଏବଂ ସୟଦ ନାସିର ହୁସେନ। ଇସ୍ତଫା ପରେ ସେମାନେ କହିଛନ୍ତି ଯେ ତାଙ୍କ ଇସ୍ତଫା ଦେବାର କାରଣ ସମ୍ପର୍କରେ ସେମାନେ ଗଣମାଧ୍ୟମକୁ କହିଛନ୍ତି। ସେମାନେ ୩ଜଣ ମଲ୍ଲକାର୍ଜୁନ ଖଡଗେଙ୍କ ସମର୍ଥନରେ ପ୍ରଚାର କରିବେ ସେଥିପାଇଁ ସେମାନେ ମୁଖପାତ୍ର ପଦରୁ ଇସ୍ତଫା ଦେଇଥିବା ନେଇ ସୂଚନା ଦେଇଛନ୍ତି। ଏକ ବିବୃତ୍ତି ଜାରି କରି ଏହି ତିନି ନେତା କହିଛନ୍ତି ଯେ, ଆମେ ଦଳ ଅଧ୍ୟକ୍ଷ ନିର୍ବାଚନକୁ ମୁକ୍ତ ଏବଂ ନିରପେକ୍ଷ କରିବାକୁ ଚାହୁଁଛୁ, ଯେହେତୁ ଆମେ ଖଡଗେଙ୍କ ପାଇଁ ପ୍ରଚାର କରିବୁ ସେଥିପାଇଁ ଆମେ ଦଳୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଇଛୁ।

ଏହି ଇସ୍ତଫା ପରେ ଖଡଗେଙ୍କ ବିବୃତ୍ତି ମଧ୍ୟ ମଧ୍ୟ ସାମ୍ନାକୁ ଆସିଛି। ଏନେଇ ସେ କହିଛନ୍ତି ଯେ, କଂଗ୍ରେସକୁ ମଜବୁତ କରିବା ପାଇଁ ମୁଁ ଅଧ୍ୟକ୍ଷ ପଦ ନିର୍ବାଚନରେ ପ୍ରବେଶ କରିଛି। ମୁଁ ଗାନ୍ଧୀ ପରିବାର ଏବଂ ଅନ୍ୟ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିବି ଏବଂ ଏହାକୁ କାର୍ଯ୍ୟକାରୀ କରିବି। ଜଣେ ବ୍ୟକ୍ତି, ଗୋଟିଏ ପୋଷ୍ଟର ନୀତି ଅନୁଯାୟୀ ମୁଁ ରାଜ୍ୟସଭାରେ ବିରୋଧୀଦଳର ନେତା ପଦରୁ ଇସ୍ତଫା ଦେଇଛି। ମୁଁ କାହା ବିରୁଦ୍ଧରେ ଆସି ନାହିଁ, କଂଗ୍ରେସକୁ ମଜବୁତ କରିବା ପାଇଁ ମୁଁ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢୁଛି। ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ ତାଙ୍କ ପଛରେ ଗାନ୍ଧୀ ପରିବାରର ସମର୍ଥନ ଥିବା ଧାରଣାକୁ ମଧ୍ୟ ଖଣ୍ଡନ କରିଛନ୍ତି। ଖଡଗେ କହିଛନ୍ତି ଯେ ବହୁ ବରିଷ୍ଠ ତଥା ଯୁବ କଂଗ୍ରେସ ନେତାଙ୍କ ସହମତିକ୍ରମେ ସେ ଏହି ନିର୍ବାଚନ ଲଢୁଛନ୍ତି। ସେ ଆହୁରି କହିଛନ୍ତି ଯେ, ଦେଶରେ ବେକାରୀ, ମୁଦ୍ରାସ୍ଫୀତି ବଢ଼ିଚାଲିଛି। ଧନୀ ଅଧିକ ଧନୀ ହେବାରେ ଲାଗିଛନ୍ତି ଏବଂ ଗରିବ ଲୋକ ଦରିଦ୍ର ହେବାରେ ଲାଗିଛନ୍ତି, ଆଠ ବର୍ଷ ମଧ୍ୟରେ ଭାଜପା ଗୋଟିଏ ମଧ୍ୟ ପ୍ରତିଶ୍ରୁତି ପାଳନ କରି ନାହିଁ। ଲୋକଙ୍କ ସ୍ବାର୍ଥ ପାଇଁ ଭାଜପା କୌଣସି କାମ କରୁନାହିଁ ବୋଲି ଖଡଗେ ଅଭିଯୋଗ କରିଛନ୍ତି।

Related Posts