ସରକାରକୁ ଆସିଲେ ଗାଇଙ୍କ ଦେଖାଶୁଣା ପାଇଁ ଦୈନିକ ୪୦ ଟଙ୍କା ଦେବୁ; ଗୁଜୁରାଟରେ କେଜ୍ରିୱାଲଙ୍କ ପ୍ରତିଶ୍ରୁତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚଳିତବର୍ଷ ଶେଷକୁ ଗୁଜୁରାଟ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି । ତେବେ ଏହା ପୂର୍ବରୁ ଆମ୍ ଆଦମୀ ପାର୍ଟି ଏଠାରେ ସରକାର ଗଠନ କରିବାପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ରାଜ୍ୟର ଲୋକଙ୍କୁ ପ୍ରତିଶ୍ରୁତିର ପାହାଡ ଉପରେ ଠିଆ କରାଇବାରେ ଲାଗିଛନ୍ତି ଆପ ନେତା। ଦଳପକ୍ଷରୁ ମାଗଣା ବିଜୁଳି, ମାଗଣା ଶିକ୍ଷା ଓ ମାଗଣା ପାଣି ପରେ ଏବେ କେଜ୍ରିୱାଲ ବିଜେପିର ଗାଈ ରାଜନୀତିକୁ ମଧ୍ୟ ଆପଣାଇଛନ୍ତି । ଦୁଇଦିନିଆ ଗୁଜୁରାଟ ଗସ୍ତରେ ଥିବା ଅରବିନ୍ଦ କେଜ୍ରିୱାଲ ଆଜି ଏକ ସଭାରେ ଗାଇ ଚାଷୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। ସେ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଯଦି ଆମ୍ ଆଦମୀ ପାର୍ଟି ଗୁଜରାଟରେ ସରକାର ଗଠନ କରେ ତେବେ ଗାଈମାନଙ୍କର ଦେଖାଶୁଣା ପାଇଁ ଦୈନିକ ୪୦ ଟଙ୍କା ହିସାରେ ଗାଈ ଚାଷୀଙ୍କୁ ପ୍ରଦାନ କରାଯିବ ।

ଅନ୍ୟପଟେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ ଆମ୍ ଆଦମୀ ପାର୍ଟ ଆଗକୁ ସରକାର ଗଠନ କରୁଥିବା ନେଇ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଦିଲ୍ଲୀ କେଜ୍ରିୱାଲ । ସେ କହିଛନ୍ତି କି ସର୍ଭେ ମୁତାବକ ଆଜି ଯଦି ଗୁଜରାଟରେ ନିର୍ବାଚନ ହୁଏ ତେବେ ଆମ୍ ଆଦମୀ ପାର୍ଟି ଏଠାରେ ବହୁମତ ସହ ସରକାର ଗଠନ କରିବ । ସେପଟେ ସର୍ଭେ ରିପୋର୍ଟ ଆସିବା ପରେ କଂଗ୍ରେସ ଓ ବିଜେପି ଗୁପ୍ତ ଭାବେ ନିଜ ନିଜ ବୈଠକ କରୁଛନ୍ତି ବୋଲି କେଜ୍ରିୱାଲ କହିଛନ୍ତି ।ସେ ଆହୁରି ଅଭିଯୋଗ ଆଣିଛନ୍ତି ଯେ, ବିଜେପି ଚାହୁଁଛି ରାଜ୍ୟରେ କଂଗ୍ରେସ ମଜବୁତ ହେଉ କାରଣ ଏପରି ହେଲେ ରାଜ୍ୟରେ ଥିବା ବିଜେପି ବିରୋଧୀ ଭୋଟ ଗୁଡିକ ଭାଗ ହୋଇଯିବ । ଏହାସହ ଆମ୍ ଆଦମୀ ପାର୍ଟିର ଭୋଟ କଂଗ୍ରେସ ଖାତାକୁ ଯିବ। ସେଥିପାଇଁ ବିଜେପି ଚକ୍ରାନ୍ତ କରୁଥିବା କଥା ସେ ଅଭିଯୋଗ କରିଛନ୍ତି । ହେଲେ ବିଜେପିର ଏହି ଚକ୍ରାନ୍ତ ଫେଲ ମାରିବା ସହିତ ଆଗାମୀ ନିର୍ବାଚନରେ ଗୁଜରାଟରେ କଂଗ୍ରେସ ୧୦ ଟି ଆସନ ମଧ୍ୟ ଜିତି ପାରିବ ନାହିଁ ବୋଲି କେଜ୍ରିୱାଲ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

Related Posts