ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଡ଼ିଶା ହାଇକୋର୍ଟରେ ନିଯୁକ୍ତ ହେବେ ୩ ନୂଆ ବିଚାରପତି । ସେଥିପାଇଁ ୩ ଜଣଙ୍କ ନାମ ସୁପାରିଶ ହୋଇଛି। ୨ ଜୁଡ଼ିସିଆଲ ଅଫିସରଙ୍କୁ ବିଚାରପତି ଭାବେ ନିଯୁକ୍ତ କରିବାକୁ ସୁପାରିଶ ହୋଇଛି ।ଆଉ ଜଣେ ଆଇନଜୀବୀଙ୍କୁ ମଧ୍ୟ ବିଚାରପତି ଭାବେ ନିଯୁକ୍ତ ପାଇଁ ସୁପାରିଶ ହୋଇଛି। ସୁପ୍ରିମ୍କୋର୍ଟ କଲେଜିୟମ ପକ୍ଷରୁ ନାମ ସୁପାରିଶ ହୋଇଥିବା ସୂଚନା ମିଳିଛି ।ଦୁଇ ଜୁଡ଼ିସିଆଲ ଅଫିସର ଗୌରୀ ଶଙ୍କର ଶତପଥୀ ଓ ଚିତ୍ତ ରଞ୍ଜନ ଦାଶଙ୍କ ନାଁ କଲେଜିୟମ ସୁପାରିଶ କରିଛି ।ସେହିପରି ଆଇନଜୀବୀ ସୁମନ ପଟ୍ଟନାୟକଙ୍କ ନାମ କଲେଜିୟମ ପକ୍ଷରୁ ସୁପାରିଶ କରାଯାଇଛି।
