ଗୁପ୍ତ ସୂଚନା ଦେଉଥିବା ଅଭିଯୋଗ

ସତ୍ୟପାଠ ବ୍ୟୁରୋ : ଭାରତରୁ ତିନି ଜଣ ପାକିସ୍ତାନୀ ଗୁପ୍ତଚର ଗିରଫ ହୋଇଛନ୍ତି । ସେମାନେ ସେନା ବାହିନୀ ସଂକ୍ରାନ୍ତ ଗୁପ୍ତ ଓ ସ୍ପର୍ଷକାତର ସୂଚନା ସେମାନଙ୍କ ହ୍ୟାଣ୍ଡଲରମାନଙ୍କ ସହ ସେୟାର କରୁଥିବା ଜଣାପଡିଛି । ହରିୟାଣାର ହିସାରରୁ ଏମାନଙ୍କୁ ଗିରଫ କରାଯାଇଛି ।

ଗିରଫ ଅଭିଯୁକ୍ତମାନେ ହେଲେ ରାଗିବ, ମେହତାବ ଓ ଖଲିଦ । ତିନିଜଣ ଯାକ ଗୋଟାଏ ନିର୍ମାଣାଧିନ କେଣ୍ଟ ମେସ୍ କୋଠାରେ ରହୁଥିଲେ । ଅଭିଯୁକ୍ତଙ୍କ ଠାରୁ କିଛି ଫଟୋଚିତ୍ର ଓ ମୋବାଇଲ ଫୋନ ଜବତ କରାଯାଇଛି ।

ଜବତ ମୋବାଇଲ ଫୋନରୁ ଉଦ୍ଧାର କରାଯାଇଥିବା ହ୍ୱାଟସଆପ୍ କଲ୍ ଏବଂ ଭିଡିଓକଲରୁ ଏମାନଙ୍କ କାର୍ଯ୍ୟକଳାପ ସଂପର୍କରେ ସ୍ପଷ୍ଟ ସୂଚନା ମିଳିଥିବା ଜଣାପଡିଛି ।

Related Posts