ମାଲକାନଗିରିରେ ସୁଧୁରୁଛି ବନ୍ୟା ସ୍ଥିତି

ସତ୍ୟପାଠ ବ୍ୟୁରୋ : ମାଲକାନଗିରିରେ ସୁଧୁରିଛି ବନ୍ୟା ପରିସ୍ଥିତି । ଧିରେଧିରେ ବିଭିନ୍ନ ନଦୀରୁ ଜଳସ୍ତର କମୁଛି । ପୋଟେରୁ ଓ କାଙ୍ଗୁରୁକୋଣ୍ଡା ପୋଲ ଉପରୁ ବନ୍ୟଜଳ ଖସି ଯାଇଛି । ଫଳରେ ସେହି ରାସ୍ତାରେ ଯାତାୟତ ସାମାନ୍ୟ ସ୍ୱାଭାବିକ ହୋଇଛି ।

ବର୍ତ୍ତମାନ ସୁଦ୍ଧା ବିଭିନ୍ନ ସ୍ଥାନରେ ଫସି ରହିଥିବା ଲୋକେ ବାହାରକୁ ଆସୁଛନ୍ତି । ପ୍ରଶାସନ ସମସ୍ତଙ୍କ ନିକଟରେ ପହଂଚିବାକୁ ଚେଷ୍ଟା କରିଛି । ତେବେ ତଳିଆ ଅଂଚଳରେ ଥିବା ୨ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ତଥାପି ବର୍ଷା ଲାଗି ରହିଥିବା କାରଣରୁ ଅନେକ ଗାଁ ବର୍ତ୍ତମାନ ସୁଦ୍ଧା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇରହିଛି । ଏପରିକି ମାଲକାନଗିରି-ଛତିଶଗଡ ମଧ୍ୟରେ ଏବେ ବି ଯୋଗାଯୋଗ ବିଚ୍ଛିନ୍ନ ରହିଛି ।

ବନ୍ୟାରେ ଏକର ଏକର ଫସଲ ଜଳମଗ୍ନ ହୋଇରହିଛି । ଅନେକ ଲୋକଙ୍କ ଘରଦ୍ୱାର ଭାଙ୍ଗିଛି । ଖାସକରି କୋରୁକୋଣ୍ଡ, ମାଥିଲି ଓ କାଲିମେଳା ବ୍ଲକ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ବନ୍ୟା ଜନିତ ସ୍ଥିତିକୁ ଦୃଷ୍ଟିରେ ରଖି ଦୁଇଦିନ ଯାଏ ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।

Related Posts