ମହାନଦୀ ଯୋବ୍ରା ବ୍ୟାରେଜରେ ୩ ଛାତ୍ରଙ୍କ ବୁଡିଯିବା ଘଟଣା; ତୃତୀୟ ନାବାଳକର ମୃତ ଦେହ ଉଦ୍ଧାର

କଟକ: ରବିବାର ମହାନଦୀ ଯୋବ୍ରା ବ୍ୟାରେଜ ନିକଟରେ ୩ ଛାତ୍ରଙ୍କ ବୁଡିଯିବା ଘଟଣାରେ ଆଜି ଉଦ୍ଧାର ହୋଇଛି ତୃତୀୟ ଛାତ୍ରଙ୍କ ମୃତ ଦେହ | ୩ ନାବାଳକ ଛାତ୍ର ଗାଧୋଇବାକୁ ଯାଇଥିବା ବେଳେ, ନିଖୋଜ ହୋଇଯାଇଥିଲେ | ପରେ ପାଣିରେ ବୁଡି ଯିବା ନେଇ ୩ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା | ଦୁଇ ଛାତ୍ରଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ, ଏଜି ତୃତୀୟ ଛାତ୍ରଙ୍କ ମୃତ ଦେହ ଉଦ୍ଧାର ହୋଇଛି |

ରବିବାର ଜଣେ ନାବାଳକର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଗତକାଲି ଜଣେ ନାବାଳକ ମୃତଦେହ ଉଦ୍ଧାର କରାଯାଇଥିଲା। ଆଜି ସକାଳେ ଗୁରୁଦ୍ୱାର ନିକଟରୁ ଆଉ ଜଣେ ନାବାଳର ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଏମ.ଡି. ସାଦ୍ଦିକ।

ରବିବାର ଅପରାହ୍ଣରେ ଯୋବ୍ରା ଚୂନଭାଟି ଚାରିଘରିଆ ଅଞ୍ଚଳର ସାହିଲ ଖାନ, ସାଜିକ୍ ମଜିଦ୍ ଓ ଆୟୁର ଖାନ୍ ଘରେ ମିଛ କହି ଗାଧୋଇବା ପାଇଁ ମହାନଦୀକୁ ଯାଇଥିଲେ। ଗାଧୋଇବା ବେଳେ ଚୋରା ବାଲିରେ ସେମାନଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ତିନି ସାଙ୍ଗ ବୁଡ଼ି ଯାଇଥିଲେ।

ସେଠାରେ ଉପସ୍ଥିତ ଲୋକମାନେ ଚିତ୍କାର ଶୁଣି ସାହିଲଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କୁ କଟକ ବଡ଼ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଖବର ପାଇ ଗତକାଲି ଅଗ୍ନିଶମ, ଓଡ୍ରାଫ୍‌ ଓ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ତେବେ ପ୍ରବଳ ପାଣି ଥିବାରୁ ଖୋଜିବାରେ ଅସୁବିଧା ଦେଖା ଦେବାରୁ ଯୋବ୍ରା ବ୍ୟାରେଜରେ ଗେଟ୍‌ ପକାଯାଇ ପାଣିକୁ ଅଟକା ଯାଇଥିଲା। ପାଣି କମିବା ପରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଥିଲା।ସମସ୍ତଙ୍କ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା |

ସୂଚନାଯୋଗ୍ୟ, ଅନେକ ସମୟରେ ଏଠି ଦୁର୍ଘଟଣା ଘଟୁଥିବା ବେଳେ, ପ୍ରଶାସନ ନାମକୁ ମାତ୍ର ସର୍ତକ ସୂଚନା ଫଳକ ଲଗାଇ ଚୁପ ବସିଯାଇଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି |

Related Posts