ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପାକିସ୍ତାନକୁ ମିଳିଛି ତାର ନୂଆ ପ୍ରଧାନମନ୍ତ୍ରୀ | ଶହବାଜ୍ ଶରୀଫ ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି | ପାକିସ୍ତାନର ୩ ଥରର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍‌ ସରିଫଙ୍କ ବଡ଼ ଭାଇ ତଥା ୭୦ ବର୍ଷୀୟ ଶାହବାଜ୍‌ ସରିଫ୍‌ ନୂଆ ଶାସନ ମୁଖ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଅନ୍ୟପକ୍ଷରେ ଇମ୍ରାନ୍‌ ଖାନ୍‌ଙ୍କ ଦଳ ପାକିସ୍ତାନ୍‌ ତେହେରିକ-ଇ-ଇନସାଫ୍‌(ପିଟିଆଇ) ଦଳ ପକ୍ଷରୁ ପ୍ରାର୍ଥୀ ଭାବେ ଶାହ ମମ୍ମୋଦ୍ କୁରେଶିଙ୍କ ନାମ ଚୟନ କରାଯାଇଥିଲା। ହେଲେ ଇମ୍ରାନ୍‌ଙ୍କ ଦଳ ପିଟିଆଇର ଅଧିକାଂଶ ସଦସ୍ୟ ପାକିସ୍ତାନ ସଂସଦରୁ ଇସ୍ତଫା ଦେଇଥିଲେ। ଫଳରେ ଶାହ ମମ୍ମୋଦ୍ କୁରେଶି ପ୍ରତିଦ୍ୱନ୍ଦିତା କରିବାର ବାଟ ବନ୍ଦ ହୋଇଯାଇଥିଲା।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ପାକିସ୍ତାନ ସମକକ୍ଷ ଶହବାଜ୍ ଶରୀଫଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ଏଥି ସହିତ ପ୍ରଧାନମନ୍ତ୍ରୀ ମୋଦୀ ଆତଙ୍କବାଦ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି । ସେ ଜୋର୍ ଦେଇ କହିଛନ୍ତି ଯେ, ଭାରତ ମଧ୍ୟ ଚାହୁଁଛି ଆତଙ୍କବାଦ ପାଇଁ ସ୍ଥାନ ନ ମିଳୁ ।

ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ ସହ ଲେଖିଛନ୍ତି ଯେ, ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପରେ ଶହବାଜ୍ ଶରୀଫଙ୍କୁ ଶୁଭେଚ୍ଛା ଜଣାଉଛି । ଭାରତ ଶାନ୍ତି ଓ ସ୍ଥିରତା ଚାହୁଁଛି, ଯେଉଁଠି ଆତଙ୍କବାଦ ପାଇଁ ସ୍ଥାନ ନଥିବ । ଏହା ହେବା ପରେ ଆମେ ବିକାଶ ରୂପକ ଚ୍ୟାଲେଞ୍ଜ ଉପରେ ଜୋର ଦେଇପାରିବା । ନିଜ ଦେଶର ଲୋକଙ୍କ ପାଇଁ ଭଲ କାମ କରିପାରିବା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟୁଇଟ ଏଇଥି ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ସେ ଶୁଭେଚ୍ଛା ଜଣାଇବା ସହିତ ଆତଙ୍କବାଦ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି । ସେ ସିଧା ସିଧା କିଛି ନ କହି ସାଂକେତିକ ମାଧ୍ୟମରେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।

କଶ୍ମୀରରେ ଯେଭଳି ଭାବେ ପାକିସ୍ତାନ ଦ୍ୱାରା ପରିଚାଳିତ ଆତଙ୍କବାଦ ଦେଖିବାକୁ ମିଳିଥାଏ, ଯେଉଁଭଳି ଭାବେ ପଡୋଶୀ ରାଷ୍ଟ୍ରରୁ ଘାଟିରେ ଉପଦ୍ରବ କରାଯାଉଛି, ଶାନ୍ତି ଓ ସ୍ଥିରତା ମଧ୍ୟରେ ଆତଙ୍କବାଦ ନିୟନ୍ତ୍ରିତ ହୋଇପାରିବ । ଏହା ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରୀଫ ମଧ୍ୟ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ ଯେ, କଶ୍ମୀର ପ୍ରସଙ୍ଗ ଉପରେ ସାମାଧାନ ପରେ ହିଁ ଶାନ୍ତି ପ୍ରତିଷ୍ଠା ହୋଇପାରିବ ।

Related Posts