ସାମ୍ନାକୁ ଆସିଲା 3 ଯୁବତୀଙ୍କ ଏକ ସାଙ୍ଗେ ଆତ୍ମହତ୍ୟା ଘଟଣାର କାରଣ: ପୋଲିସ ଜାରୀ କଲା ପ୍ରେସ ରିଲିଜ୍

ଉମରକୋଟ: ତିନି ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର ଘଟଣା ଉପରୁ ଉଠିଲା ପରଦା । ସାମ୍ନାକୁ ଆସିଲା ମୃତ୍ୟୁ ର କାରଣ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ତହରା ଗାଁରେ ଘଟିଥିଲା ଏହି ଘଟଣା । ସଂପର୍କରେ ଏକ ପ୍ରେସ ରିଲିଜ ଜାରୀ କରିଛି ଉମରକୋଟ ପୋଲିସ । ତଦନ୍ତ କରିବାକୁ ନକେଦମ୍ ହେବାକୁ ପଡ଼ିଛି। ପୋଲିସକୁ ମୃତ୍ୟୁର କାରଣ ଖୋଜିବାକୁ ୫ ଦିନ ଲାଗିଛି । ପୋଲିସ କହିଛି, ତିନି ଯୁବତୀ ଉମରକୋଟ କଳସୀ ଯାତ୍ରାର (ମୀନା ବଜାର) ଦେଖି ଯିବାକୁ ଘରେ କହିଥିଲେ, କିନ୍ତୁ ପରିବାର ଲୋକ ଯାତ୍ରା ଯିବାକୁ ବାରଣ କରିବାରୁ ଦୁଃଖରେ ଆତ୍ମହତ୍ୟା କରିଥିଲେ ତିନି ଯୁବତୀ । ଏ ସଂପର୍କରେ ଉମରକୋଟ ପୋଲିସ ଆଜି ଏକ ପ୍ରେସ ରିଲିଜ ମାଧ୍ୟମରେ ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ୧୦ ତାରିଖ ଦିନ ଉମରକୋଟ ବ୍ଲକ ତୋହରା ପଞ୍ଚାୟତର ଡଙ୍ଗରିଭଟ୍ଟା ସାହିର ହେମଲତା ଗୌଡ଼(୨୧), କୌଶଲ୍ୟା ମାଝୀ(୧୭) ଏବଂ ଫୁଲମତି ମାଝୀ(୧୬)ଙ୍କ ମୃତ ଦେହ ଘର ଠାରୁ ପ୍ରାୟ ୫ ଶହ ମିଟର ଦୂରରେ ଥିବା ଏକ କୁସୁମ ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପୋଲିସ ଉମରକୋଟ ଥାନା କେସ ନମ୍ବର ୧୮/୧୯/୨୦/୨୦୨୨ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଘଟଣା ହତ୍ୟା ନା ଆତ୍ମହତ୍ୟା ସେ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିଲା। ତେବେ ଶେଷରେ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି ଘୋଷଣା କରିଛି ପୋଲିସ।

Related Posts