ଖାଇକୁ ଖସିଲା ବସ୍, ୩୧ ମୃତ

ସତ୍ୟପାଠ ବ୍ୟୁରୋ : ଜାମ୍ମୁ କାଶ୍ମୀରର କିସ୍ତୱରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ନିୟନ୍ତ୍ରଣ ହରାଇ ଏକ ମିନିବସ ଗଭୀର ଖାଇକୁ ଖସିପଡିଛି । ଏହି ଦୁର୍ଘଟଣାରେ ପ୍ରାୟ ୩୦ରୁ ଅଧିକ ଯାତ୍ରୀଙ୍କ ପ୍ରାଣହାନୀ ହୋଇଥିବା ଜଣାପଡିଛି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି । ତେବେ ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି ।

ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ବସଟି କେସବନରୁ କିସ୍ତୱର ଯାଉଥିଲା । ତେବେ ବସରେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ଯାଉଥିଲେ । ଶ୍ରୀଗୱାରୀ ନିକଟରେ ନିୟନ୍ତ୍ରଣ ହରାଇ ବସଟି ଖାଇକୁ ଖସିପଡିଥିଲା । ପାଖାପାଖି ସକାଳ ସାଢ଼େ ୮ଟା ବେଳେ ଏହି ଦୁର୍ଘଟଣା ଘଟିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ପ୍ରଶାସନ ଓ ସ୍ଥାନୀୟ ଲୋକେ ମିଶି ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି ।

Related Posts