୩୧ ରନରେ ଜିତିଲା ଇଂଲଣ୍ଡ

ସତ୍ୟପାଠ ବ୍ୟୁରୋ : ଚଳିତ ବିଶ୍ୱକପ୍ ମ୍ୟାଚରେ ଭାରତ ପ୍ରଥମ ଥର ପାଇଁ ମ୍ୟାଚ ହାରିଛି । ଇଂଲଣ୍ଡ ଠାରୁ ମାତ୍ର ୩୧ ରନରେ ପରାସ୍ତ ହୋଇଛି ଭାରତ । ଟସ ଜିତି ପ୍ରଥମେ ଇଂଲଣ୍ଡ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ୱିକେଟ ହରାଇ ୩୩୭ ରନ କରିଥିଲା । ଜବାବରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ୱିକେଟ ହରାଇ ୩୦୬ ରନ କରିବାରେ ସକ୍ଷମ ହୋଇଥିଲା ।

ଆରମ୍ଭରୁ ହିଁ ଧିମା ଖେଳିଥିଲେ ଭାରତୀୟ ଦଳ । ତଥାପି ରୋହିତ ଶର୍ମା ୧୦୬ଟି ବଲରେ ୧୦୨ ରନ କରି ପାରିଥିଲେ । କ୍ୟାପଟେନ କୋହଲୀ ମାତ୍ର ୬୬ ରନ କରିଥିବା ବେଳେ ବିଜୟ ଶଙ୍କରଙ୍କ ସ୍ଥାନରେ ଖେଳୁଥିବା ଋଷଭ ପନ୍ଥ ମାତ୍ର ୩୨ରନ କରିବାରେ ସଫଳ ହୋଇଥିଲେ । ପାଣ୍ଡ୍ୟା ମଧ୍ୟ ୩୩ବଲରୁ ୪୫ ରନ କରି ଆଉଟ ହୋଇଥିଲେ । ଟିମ୍ ଇଂଲଣ୍ଡର ଆକ୍ରମଣାତ୍ମକ ଖେଳ ଆଗରେ ଶେଷରେ ଭାରତ ପରାସ୍ତ ହୋଇଥିଲା ।

ପରାଜୟ ସତ୍ତ୍ୱେ ଭାରତ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ସୁରକ୍ଷିତ ରହିଛି। ଅପରପକ୍ଷରେ ଏହି ପରାଜୟ ପାକିସ୍ତାନ ଓ ବାଂଲଦେଶକୁ ନିରାଶ କରିଛି। କାରଣ ଭାରତ ମ୍ୟାଚ୍ ଜିତିଥିଲେ, ପାକିସ୍ତାନ ଓ ବାଂଲାଦେଶର ସେମିଫାଇନାଲ୍ ଆଶା ବଳବତ୍ତର ରହିଥାନ୍ତା। କିନ୍ତୁ ଏବେ ପାକିସ୍ତାନକୁ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ମ୍ୟାଚର ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିବ।

Related Posts