ବୁର୍କିନା ଫାସୋରେ ଆତଙ୍କବାଦୀ ଆକ୍ରମଣ: 35 ନାଗରିକ ମୃତ, 80 ଆତଙ୍କୀ ନିହତ

(ସତ୍ୟପାଠ ବ୍ୟୁରୋ) ଆଫ୍ରିକୀୟ ଦେଶ ବୁର୍କିନା ଫାସୋରେ ଆତଙ୍କବାଦୀ ଆକ୍ରମଣ । ଏଥିରେ ୩୫ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ରାଷ୍ଟ୍ରପତି ରୋଚ ମାର୍କ କାବୋର ଗଣମାଧ୍ୟମକୁ ଏହି ସୂଚନା ଦେଇ କହିଛନ୍ତି ଯେ, ଆତଙ୍କବାଦୀଙ୍କ ଆକ୍ରମଣ ପରେ ସୁରକ୍ଷା ବାହିନୀଙ୍କ ସହିତ ଏନକାଉଣ୍ଟର ହୋଇଥିଲା । ଏଥିରେ ପାଖାପାଖି ୮୦ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ବୋଲି କାବୋର କହିଛନ୍ତି । ରାଷ୍ଟ୍ରପତି ଏହି ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣକୁ ନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ସେ କହିଛନ୍ତି । ବୁର୍କିନା ଫାସୋର ସେନା କହିଛି ଯେ, ଅରବିନ୍ଦା ସହରରେ ଭୋର ସକାଳୁ ଏହି ଆତଙ୍କବାଦୀ ଆକ୍ରମଣ ହୋଥିଲା । ଆକ୍ରମଣରେ ୭ ଜଣ ଯବାନ ଶହିଦ ହୋଇଛନ୍ତି । ସେହିଭଳି ଅନେକ ନୀରିହ ଲୋକଙ୍କର ଜୀବନ ଯାଇଥିବା ବେଳେ ୮୦ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ବିଗତ ୫ ବର୍ଷ ମଧ୍ୟରେ ବୁର୍କିନାରେ ଏହା ହେଉଛି ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ଘଟଣା ।

Related Posts