
ଭୁବନେଶ୍ଵର: ଫେବ୍ରୁଆରୀ ୧୯ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା। ମାଟ୍ରିକ୍ ପରୀକ୍ଷା ଫେବ୍ରୁଆରୀ ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଚାଲିବ। ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇ ସାରିଛି। ଚଳିତ ବର୍ଷ ବିବାଦମୁକ୍ତ ପରୀକ୍ଷା ହେବା ପାଇଁ ଚେଷ୍ଟା କରାଯାଉଛି ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି କହିଛନ୍ତି।
ସୂଚନାନୁଯାୟୀ, ୧୯ ତାରିଖ ଦିନ ପ୍ରଥମ ଭାଷା ଓଡିଆ ପରୀକ୍ଷା ରହିଛି। ଏହାପରେ ୨୨ରେ ଇଂରାଜୀ ପରୀକ୍ଷା, ୨୪ରେ ସଂସ୍କୃତ/ ହିନ୍ଦୀ ପରୀକ୍ଷା, ୨୬ରେ ଗଣିତ, ୨୮ରେ ସାଧାରଣ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ସମୟ ସକାଳ ୧୦ଟାରୁ ଦିନ ୧୨ଟା ୩୦ ଯାଏଁ ରହିବ। ଗଣିତ ପରୀକ୍ଷା ଦିନ ଛାତ୍ରଛାତ୍ରୀଙ୍କୁ ଅଧିକ ୧୫ ମିନିଟ୍ ସମୟ ମିଳିବ। ତେବେ ପରୀକ୍ଷା ପ୍ରଣାଳୀ କିଭଳି ନିର୍ଭୁଲ ଭାବରେ ହୋଇପାରିବ, ତ୍ରୁଟି ବିଚ୍ୟୁତି କିପରି ଭାବରେ ନହେବ, ପ୍ରଶ୍ନପତ୍ର ଭାଇରାଲ୍ ନହେବା ନେଇ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି।