ବାଲେଶ୍ୱରରେ ମଦ ନିଶା ରେ ଚୁର୍ ଫାର୍ମାସିଷ୍ଟ ଙ୍କ ଉନ୍ମତ୍ତ କାଣ୍ଡ, ଗଛରେ ବାନ୍ଧିଲେ ଲୋକେ

ସତ୍ୟପାଠ ବ୍ୟୁରୋ, ୨୨/୦୨: ବାଲେଶ୍ୱର ଜିଲ୍ଲା ଇଡ଼ଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ଙ୍କ ଉନ୍ମତ କାଣ୍ଡଏବେ ଜିଲ୍ଲାରେ ଚର୍ଚ। ର ବିଷୟ। ମଦପିଇ ଡିୟୁଟି କରୁଥିଲା ସମୟରେ କରୋନା ଟୀକା ନେବାକୁ ଆସିଥିବା ଯୁବକଙ୍କ ଉପରକୁ ମଦ ବୋତଲ ଫିଙ୍ଗିଥିଲେ। ଯୁବକ ଜଣକ ଭୟଭୀତ ହୋଇ ସ୍ଥାନୀୟ ଲୋକଙ୍କୁ କହିବାରୁ, ଲୋକମାନେ ଆସି ଦେକ୍ନିହିବାକୁ ପାଇଥିଲେ ଯେ ଫାର୍ମାସିଷ୍ଟ ମଦ ନିଶାରେ ପୁରା ଚୂର୍।

ଗ୍ରାମବାସୀମାନେ ଅନ୍ୟ ଉପାୟ ନ ପାଇ ନିଶାସକ୍ତ ଫାର୍ମାସିଷ୍ଟ କୁ ହାତଗୋଡ ବାନ୍ଧି ପକାଇଥିଲେ। ଏଥିସହ ସିଁଲା ଥାନା କୁ ମଧ୍ଯ ଖବର ଦେଇଥିଲେ। ଖବର ପାଇ ପୋଲିସ ଆସି ମଦୁଆ ଫାର୍ମାସିଷ୍ଟ କୁ ଉଦ୍ଧାର କରିଥିଲା ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଇଡ଼ଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ସୁବାଶିଷ ଟୁଡୁ ଦୀର୍ଘ ଦିନ ଧରି କାର୍ଯ୍ୟ କରି ଆସୁଥିଲା ବେଳେ ଅନେକ ସମୟରେ ଡିୟୁଟି ସମୟରେ ମଦ ପିଇ ମାତାଲ ହୋଇ ରୋଗୀମାନଙ୍କୁ ଖରାପ ବ୍ୟବହାର କରିବା ସହ ଆକ୍ରମଣ କରିଥାନ୍ତି !ଆଜି ସକାଳ ସମୟରେ ଫର୍ମାଶିଷ୍ଟ ସୁବାଶିଷ ଟୁଡୁ ମଦ ପିଇ ଡିୟୁଟିରେ ଥିଲା ବେଳେ କରୋନା ଟୀକା ନେବାକୁ ଆସିଥିବା ଯୁବକଙ୍କୁ ଗାଳି ଗୁଲଜ କରିବା ସହିତ ତାଙ୍କ ଉପରକୁ ମଦ ବୋତଲ ଫିଙ୍ଗିବାସହିତ ରୋଗୀମାନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାକୁ ଗଡ଼ାଇଥିଲେ !ଲୋକ ମାନେ ଭୟଭୀତ ହୋଇ ଫାର୍ମାସିଷ୍ଟଙ୍କୁ ବାନ୍ଧି ପକାଇ ସିଂଲା ଥାନା ଓ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଇନଚାର୍ଜଙ୍କୁ ଖବର ଦେଇଥିଲେ !ଘଟଣା ସ୍ଥଳରେ ସିଂଲା ପୋଲିସ ପହଞ୍ଚି ମଦ୍ୟପ ଫାର୍ମାସିଷ୍ଟଙ୍କୁ ଲୋକ ମାନଙ୍କ ଠାରୁ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ !

Related Posts