ଭୁବନେଶ୍ୱର, ୨୨/୦୨: ନିର୍ବାଚନୀ ହତ୍ୟାକାଣ୍ଡରେ ମୃତ୍ୟୁବରଣ କରିଥିବା ଭଦ୍ରକ ଜିଲ୍ଲା ଧାମନଗର ର ବିଜେଡି କର୍ମୀ ପ୍ରତାପ ଚନ୍ଦ୍ର ରାଉତ ମାମଲାରେ ବରିଷ୍ଠ ବିଜେପି ନେତା ମନମୋହନ ସାମଲଙ୍କ ଗିରଫ ଦାବୀ କରିଛି ବିଜେଡି। ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ବିଜେପି ନେତା ମନମୋହନ ସାମଲଙ୍କ ଗିରଫଦାରୀକୁ ତୁରନ୍ତ ସୁନିଶ୍ଚିତ କରିବାକୁ ଦାବି କରିଛନ୍ତି। ମନମୋହନ ସାମଲ ଏବଂ ତାଙ୍କ ବିଜେପି କର୍ମୀ ଯେଉଁମାନେ ବିଜେଡି ସମର୍ଥକ ପ୍ରତାପ ରାଉତ ଙ୍କୁ ହତ୍ୟା କରିଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ବିଜେଡି ଦାବି କରିଛି। ଗତକାଲି ଭଦ୍ରକର ଧାମନଗରରେ ପ୍ରତାପ ଚନ୍ଦ୍ର ରାଉତଙ୍କୁ ବିଜେପି କର୍ମୀ ମାନେ ହତ୍ୟା କରିଛନ୍ତି ବୋଲି ବିଜେଡ଼ି ଅଭିଯୋଗ କରିଛି । ବିଜେଡିର ପ୍ରତିନିଧି ଦଳ ମଧ୍ୟ SEC ଙ୍କର ଧ୍ୟାନ ଆକର୍ଷଣ କରିଥିଲେ ଯେ, ଯେହେତୁ ଓଡ଼ିଶାରେ ବିଜେପି ପଞ୍ଚାୟତ ନିର୍ବାଚନରେ ପରାଜୟ ବରଣ କରିବାକୁ ଯାଉଛି ​, ତେଣୁ ଓଡିଶା ବିଜେପି ପ୍ରାର୍ଥୀ ଓ କର୍ମୀମାନେ, ବିଜେଡି ସମର୍ଥକଙ୍କ ବିରୋଧରେ ବ୍ୟାପକ, ହତ୍ୟାକାଣ୍ଡର ହିଂସା ଘଟାଉଛନ୍ତି ବୋଲି ରାଜ୍ୟ ନିର୍ବାଚନ ଅଧକାରୀଙ୍କ ନିକଟରେ ବିଜେଡି ଫେରାଦ ହେଇଛି।

ବିଜେପି ନେତା ଓ କର୍ମୀମାନେ ଭୋଟର, ବିଜେଡି ପ୍ରାର୍ଥୀ, ନେତା ଏବଂ ଦଳୀୟ କ୍ୟାଡରଙ୍କ ପ୍ରତି ହିଂସା ସୃଷ୍ଟି କରୁଛନ୍ତି। ମଡେଲ ଆଚରଣ ସଂହିତା ଉଲ୍ଲଂଘନ କରିବା ଏବଂ ଆଇନର ଶାସନର ଯତ୍ନ ନ ନେଇ ବିଜେପି ଓଡ଼ିଶା ୟୁନିଟ୍ ପୁଣିଥରେ ଭଦ୍ରକ ଜିଲ୍ଲାରେ ନିର୍ବାଚନ ସମ୍ପର୍କିତ ହିଂସା ଏବଂ ବିଜେଡି କର୍ମୀ ଶ୍ରୀ ପ୍ରତାପ ରାଉତ ହତ୍ୟାରେ ଜଡ଼ିତ। ଜାହାଙ୍ଗୀର ଅଞ୍ଚଳର ପ୍ରତାପ ଚନ୍ଦ୍ର ମାର୍ଗ, ଡାଲଙ୍ଗା ପଞ୍ଚାୟତ, ଧାମନଗର ପି.ଏସ୍, ଭଦ୍ରାକl ନିବାସୀ ବିଜେପି କର୍ମୀଙ୍କର ଏହି ଜଘନ୍ୟ ହତ୍ୟାକାଣ୍ଡ, ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ମନମୋହନ ସାମଲଙ୍କ ଇସାରାରେ ଏବଂ ଉପସ୍ଥିତିରେ କରାଯାଇଥିଲା ବୋଲି ବିଜେଡ଼ି ଅଭିଯୋଗ ଆଣିଛି।

Related Posts