4ଟା ଯାଏ ଗୃହ ମୁଲତବୀ

ନବମ ଦିନରେ ମଧ୍ୟ ଗୃହ ଅଚଳ । ବିଧାନସଭାରେ ଶୀତ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଜାରି ରହିଛି । ହଟ୍ଟଗୋଳ କାରଣରୁ ଦିନ ସାଢେ 11 ଟା ପର୍ଯ୍ୟନ୍ତ ମୁଲତବୀ ପରେ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି(Odisha Assembly Speaker) ସୂର୍ଯ୍ୟ ନାରାୟଣ ପାତ୍ର । ମାତ୍ର ସର୍ବଦଳୀୟ ବୈଠକରେ ଉପସ୍ଥିତ ହେଲେ ନାହିଁ ବିରୋଧୀ । ଫଳରେ ଅପରାହ୍ନ 4ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଛି ।

ତେବେ କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା ନେଇ ଶୀତ ଅଧିବେଶନ ଆରମ୍ଭର ପ୍ରଥମ ଦିନରୁ ରଣକ୍ଷେତ୍ର ପାଲଟିଛି ଗୃହ । ପ୍ରତିଦିନ ଗୃହରେ ଘଣ୍ଟ ବାଡେଇବା ସହ ଗଙ୍ଗାଜଳ ସିଞ୍ଚନ କରୁଛନ୍ତି ବିରୋଧି । ଆଜି ମଧ୍ୟ ବାଚସ୍ପତିଙ୍କ ପୋଡିଅମ ଆଗକୁ ଆସି ଘଣ୍ଟା ବାଡେଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଗିରଫ ଦାବି କରିଥିଲେ ବିରୋଧୀ। ‘ମମିତା ହତ୍ୟାକାରୀ ମନ୍ତ୍ରୀ ଦିବ୍ୟ ଶଙ୍କରଙ୍କୁ ଗିରଫ’ ଲେଖା ଯାଇଥିବା ପ୍ଲା-କାର୍ଡ ଧରି ପ୍ରବଳ ହଟ୍ଟଗୋଳ କରିଥିବା ଦେଖିବାକୁ ମିଳିଛି ।

Related Posts