ଗଞ୍ଜାମ ପାଳ ଗଦାରେ ନିଆଁ ଲାଗିବା ଘଟଣା, ଗୁରୁତର ଥିବା 4 ଶିଶୁଙ୍କ ମଧ୍ୟରୁ 3 ଜଣଙ୍କ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଖଇରଛଟା ଗ୍ରାମରେ ପାଳ ଗଦା ନିକଟରେ ଖେଳୁଥିବା ସମୟରେ ନିଆଁ ଲାଗି 4 ଜଣ ପିଲା ଗୁରୁତର ହେବା ଘଟଣା, ଗୁରୁତର ଥିବା 4 ଜଣଙ୍କ ମଧ୍ୟରୁ 3 ତିନି ଜଣଙ୍କ ମୃ୍ତ୍ୟୁ , ବ୍ରହ୍ନପୁର ଅମକେସିଜି ମେଡିକାଲରେ ତିନି ଶିଶୁଙ୍କୁ ମୃତ ଘୋଷଣା କଲେ ଡାକ୍ତର ।
ଆଜି ସକାଳେ ପାଳ ଗଦାରେ ଖେଳୁଥିବା ବେଳେ, ପାଳ ଗଦାରେ ନିଆଁ ଲାଗି 4 ଶିଶୁ ଗୁରୁତର ହୋଇପଡିଥିଲେ । ଗୁରୁତର ଚାରି ପିଲାଙ୍କ ମଧ୍ୟରେ ତିନି ଜଣ ପୁଅ ଜଣେ ଝିଅ ଥିଲା । ପାଳଗଦାରେ ନିଆଁ କିଭଳି ଲାଗିଲା ସେ ନେଇ କିଛି ସ୍ପଷ୍ଟ କାରଣ ଜଣାପଡିନାହିଁ । ସମସ୍ତ ପିଲାଙ୍କ ବୟସ 7ରୁ 9 ବର୍ଷ ମଧ୍ୟରେ ହୋଇଥିବା ସୂଚନା । ଗୁରୁତର 4 ପିଲାଙ୍କୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହୋଇ ପଡିବାରୁ ବ୍ରହ୍ମପୁର ଏମକେସିଜି ମେଡିକାଲଙ୍କୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ତିନି ଶିଶୁଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ ଜଣେ ଶିଶୁ ଗୁରୁତର ଥିବା ନେଇ ଜଣାପଡ଼ି୍ଛି ।
Related Posts