କେରଳ ୱାୟନଡରେ ରାହୁଲ ଗାନ୍ଧୀଙ୍କ ଅଫିସ୍‌ରେ ପଶି ମହାତ୍ମା ଗାନ୍ଧୀଙ୍କ ଫଟୋ ଭାଙ୍ଗିବା ଘଟଣା: ୪ କଂଗ୍ରେସ କର୍ମୀ ଗିରଫ

ଥିରୁଭନନ୍ତପୁରମ: କେରଳ ୱାୟନଡରେ ରାହୁଲ ଗାନ୍ଧୀଙ୍କ ଅଫିସ୍‌ରେ ପଶି ମହାତ୍ମା ଗାନ୍ଧୀଙ୍କ ଫଟୋ ଭାଙ୍ଗିଥିଲେ କଂଗ୍ରେସ୍ କର୍ମୀ । ଏନେଇ ଅଭିଯୋଗ ପରେ ପୋଲିସ ୪ କଂଗ୍ରେସ କର୍ମୀ ଙ୍କୁ ଗିରଫ କରିଛି । ଗିରଫମାନଙ୍କ ମଧ୍ୟରେ ଅଛନ୍ତି ୱାୟନଡ଼ର ରାହୁଲ ଗାନ୍ଧୀଙ୍କର ପର୍ସିନାଲ ଆସିଷ୍ଟାଣ୍ଟ।

ଜୁନ ମାସରେ ୱାୟନଡ଼ରେ ରାହୁଲ ଗାନ୍ଧୀଙ୍କର ଅଫିସ ଭଙ୍ଗା ରୁଜା କରାଯାଇଥିଲା। ବାମପନ୍ଥୀଙ୍କର ଛାତ୍ର ଶାଖା ଷ୍ଟୁଡେଣ୍ଟକ ଫେଡେରେସନ ଅଫ୍ ଇଣ୍ଡିଆର ସଦସ୍ୟମାନେ ଅଫିସ୍‌ରେ ପିଶି ଭଙ୍ଗାରୁଜା କରିଥିଲେ ବୋଲି କଂଗ୍ରେସ ଅଭିଯୋଗ କରିଥିଲା। ଏନେଇ ସେତେବେଳେ ଭାରତୀୟ ଯୁବ କଂଗ୍ରେସ ପକ୍ଷରୁ ଏକ ଟ୍ୱିଟ୍ କରି କହିଥିଲା “ଗୁଣ୍ଡାମାନେ ଏସ୍‌ଏଫ୍‌ଆଇର ପତାକା ଧରି ୱାୟନଡ଼ରେ ଥିବା ରାହୁଲ ଗାନ୍ଧୀଙ୍କ ଅଫିସରେ ଭଙ୍ଗାରୁଜା କରିଥିଲେ।”

ତେବେ ପୁଲିସ କିନ୍ତୁ ଏହି ଆକ୍ରମଣ ପଛରେ ଖୋଦ୍ କଂଗ୍ରେସ କର୍ମୀଙ୍କର ହାତ ଥିଲା ବୋଲି ଅଭିଯୋଗ କରିଥିଲା। ଏହି ଘଟଣାରେ ତଦନ୍ତ କରି ଆଜି ୪ କଂଗ୍ରେସ କର୍ମୀଙ୍କୁ ଗିରଫ କରାଯାଇଛି। ଗିରଫମାନଙ୍କ ମଧ୍ୟରେ ୱାୟନଡରେ ରାହୁଲଙ୍କର ବ୍ୟକ୍ତିଗତ ସହାୟକ ଥିବା କୁହାଯାଉଛି।

Related Posts