ଭାରତ-ବାଂଲାଦେଶ ସୀମାରେ ଆତଙ୍କବାଦୀ ଆକ୍ରମଣ, ଜଣେ ବିଏସ୍‌ଏଫ୍‌ ଯବାନ ସହୀଦ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତ-ବାଂଲାଦେଶ ସୀମା ନିକଟରେ ଶୁକ୍ରବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣ ଫଳରେ ଜଣେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଯବାନ ସହୀଦ ହୋଇଛନ୍ତି। ଯବାନ ଜଣକ ଡ୍ୟୁଟି କରୁଥିବା ବେଳେ ତାଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆକ୍ରମଣରେ ତାଙ୍କ ଦେହରେ ଗୁଳି ବାଜିଥିବାରୁ ତାଙ୍କୁ ତୁରନ୍ତ ଅଗରତାଲାର ଏକ ହସ୍ପିଟାଲ୍‌କୁ ନିଆଯାଇଥିଲା।ସେଠାରେ ସେ ମୃତ୍ୟୁବରଣ କରିଥିବା ସୂଚନା ରହିଛି।

ସହିଦ ଯବାନ ଜଣକ ହେଉଛନ୍ତି ଗିରିଶ କୁମାର ଯାଦବ। ଉତ୍ତର ତ୍ରିପୁରା ଜିଲ୍ଲାସ୍ଥିତ କାଞ୍ଚନବରି ସବ୍‌-ଡିଭିଜନ୍‌ର ୧୪୫ ବ୍ୟାଟେଲିଆନ୍‌ରେ ସେ କାର୍ଯ୍ୟରତ ଥିଲେ। ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଯବାନ ଯାଦବଙ୍କ ଦେହରେ ଗୁଳି ବାଜିବା ପରେ ତାଙ୍କୁ ଏୟାର୍‌ ଆମ୍ବୁଲାନ୍ସ ଯୋଗେ ତ୍ରିପୁରାର ହସ୍ପିଟାଲ୍‌କୁ ନିଆଯାଇଥିଲା। ତା ସତ୍ତ୍ବେ ବି ତାଙ୍କ ବଞ୍ଚାଇ ଯାଇ ପାରିନାହିଁ। ହସ୍ପିଟାଲ୍‌ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Related Posts