ଯାଜପୁର ରୋଡ ଷ୍ଟେସନରେ ଟ୍ରେନରେ କଟି ୪ ମୃତ, ୩ ଗୁରୁତର

ଭୁବନେଶ୍ୱର,୭/୬(ସତ୍ୟପାଠ ବ୍ୟୁରୋ): ଶୁକ୍ରବାର ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାର ଚିତ୍ର ମନରୁ ଲିଭି ନଥିବା ବେଳେ ଏବେ ଯାଜପୁର ରୋଡ ଷ୍ଟେସନରେ ଟ୍ରେନରେ କଟି ୪ ଜଣଙ୍କର ମୃତ୍ୟୁ ଘଟିଛି| ୪ ମୃତକ ଶ୍ରମିକ ହୋଇଥିବା ସୂଚନା ମିଳିଥିବା ବେଳେ ଆଉ ୩ ଜଣ ଗୁରୁତରଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଉଥିବା ସୂଚନ ମିଳିଛି |

ତେବେ ବର୍ଷା ପବନ ଯୋଗୁଁ ଟ୍ରେନ ତଳେ ଏହି ଶ୍ରମିକ ମାନେ ବସିଥିଲେ ଏହିସମୟରେ ଟ୍ରେନ୍ ଛାଡ଼ିବାରୁ ଅଘଟଣ ଘଟିଛି | ଘଟଣା ସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଆଉ ଜଣକର ମୃତ୍ୟୁ ଘଟିଥିବା କୁହାଯାଉଛି |

Related Posts