କୋଏଲ ନଦୀରେ ବୁଡିଗଲେ 4 ନାବାଳକ: 2 ମୃତ ଦେହ ଉଦ୍ଧାର, 2 ନିଖୋଜ

ରାଉରକେଲା: କୋଏଲ ନଦୀରେ ଅଘଟଣ । କୋଏଲ ନଦୀରେ ବୁଡିଗଲେ ୪ ନାବାଳକ ଭାଇ । ପମ୍ପ ହାଉସ ଘାଟରେ ଏପରି ଅଘଟଣ ଘଟିଛି । ବୁଡି ଯାଇଥିବା ୪ ନାବାଳକ ସମ୍ପର୍କୀୟ ଭାଇ ବୋଲି ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ଦୁଇ ମୃତଦେହ ଉଦ୍ଧାର ହୋଇଛି । ମୃତକ ଦୁଇ ଭାଇ ଋଷୀ ସାହୁ(୧୧ ବର୍ଷ) ଏବଂ ଆୟୁସ ସାହୁ (୧୪ ବର୍ଷ) ।

ଅନ୍ୟପଟେ ନିଖୋଜ ହୋଇଯାଇଥିବା ଭାଇ ହେଲେ କୁନାଲ ସାହୁ (୧୩ ବର୍ଷ) ଏବଂ କୌଶଳ ସାହୁ (୧୭ ବର୍ଷ) । ମୃତ ଦୁଇ ନାବାଳକ ଫଳ ବ୍ୟବସାୟୀ ରମେଶ ସାହୁଙ୍କ ପୁଅ । ଦୁଇ ନିଖୋଜ ନାବାଳକ ରମେଶ ସାହୁଙ୍କ ଶାଳୀ ସୁନିତା ସାହୁଙ୍କ ଦୁଇ ପୁଅ । ଆଜି ୩ଟାରେ ଗାଧୋଇବାକୁ ଯାଇଥିବା ବେଳେ ଏପରି ଅଘଟଣ ଘଟିଛି ।

ଏହି ଘଟଣା କୁ ନେଇ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ଖେଳି ଯାଇଛି ।

Related Posts