ନିଜ ପଦରୁ ଇସ୍ତଫା ଦେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରେମସିଙ୍ଘେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଶ୍ରୀଲଙ୍କାରେ ଚାଲିଥିବା ଅର୍ଥନୈତିକ ସଙ୍କଟ ଏବଂ ଜନସାଧାରଣଙ୍କ ଅସନ୍ତୋଷ ଯୋଗୁଁ ୱିକ୍ରେମସିଙ୍ଘେଙ୍କୁ ଇସ୍ତଫା ଦେବାକୁ ପଡଛି। ୱିକ୍ରେମସିଙ୍ଘେ ୧୨ମଇରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ତେବେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ଇସ୍ତଫା ଦାବିରେ ବିକ୍ଷୋଭକାରୀମାନେ ଜିଦ ଧରିଛନ୍ତି।ୱିକ୍ରେମସିଙ୍ଘେ ଟୁଇଟ କରି କହିଛନ୍ତି ଯେ “ସମସ୍ତ ନାଗରିକଙ୍କ ସୁରକ୍ଷା ସମେତ ସରକାରଙ୍କ ନିରନ୍ତରତାକୁ ସୁନିଶ୍ଚିତ କରିବା ପାଇଁ ମୁଁ ଆଜି ଦଳୀୟ ନେତାଙ୍କ ସର୍ବଶ୍ରେଷ୍ଠ ସୁପାରିଶକୁ ଗ୍ରହଣ କରୁଛି। ଏହାକୁ ସୁଗମ କରିବା ପାଇଁ ମୁଁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି”।

ସୂଚନା ଅନୁସାରେ ଅର୍ଥନୈତିକ ସଙ୍କଟ ପାଇଁ ଶ୍ରୀଲଙ୍କା ରେ ସରକାର ଜୋରଦାର ବିରୋଧ ର ସାମ୍ନା କରୁଛନ୍ତି। ଏହି କ୍ରମ ରେ ଗତକାଲି ଆନ୍ଦୋଳନକାରୀ ମାନେ ରାଷ୍ଟ୍ରପତି ଙ୍କ ବାସଭବନ ରେ ପ୍ରବେଶ ଉଦ୍ୟମ କରିଥିଲେ ଏହା ପରେ ରାଷ୍ଟ୍ରପତି ନିଜ ସୁରକ୍ଷା ଦୃଷ୍ଟି ରୁ ସେଠାରୁ ପଳାୟନ କରିଥିଲେ ଏହି ଘଟଣା କ୍ରମ ରେ ଆଜି ପ୍ରଧାନମନ୍ତ୍ରୀ ପଦ ରୁ ଇସ୍ତଫା ଦେଇଛନ୍ତି ରାନିଲ ୱିକ୍ରେମସିଙ୍ଘେ।

Related Posts