ଛତିଶଗଡ଼ରେ ୪ ଓଡ଼ିଆଙ୍କୁ ନିର୍ମମ ହତ୍ୟା

କଣ୍ଟାବାଞ୍ଜି : ଛତିଶଗଡ଼ରେ ଆଖି ବୁଜିଲେ ୪ ଓଡ଼ିଆ । ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଦୁର୍ଗ ଜିଲ୍ଲା କୁହ୍ମାରି ନିକଟ ଅକେଳି ଗାଁରେ ରହୁଥିବା ୪ ଓଡ଼ିଆଙ୍କୁ ହତ୍ୟା କରାଯାଇଛି । ଏମାନେ ସବୁ ହେଲେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଦେଢଗାଁର ଏକ ପରିବାରର ୪ ସଦସ୍ୟ । ତେବେ ଏମାନଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଛି ।

ମୃତକଙ୍କ ମଧ୍ୟରେ ସ୍ୱାମୀ-ସ୍ତ୍ରୀ ଓ ସେମାନଙ୍କ ଦୁଇ ଛୁଆ ଅଛନ୍ତି ।

ସମ୍ପତି ବିବାଦରୁ ସେମାନଙ୍କୁ କେହି ସମ୍ପର୍କୀୟ ହତ୍ୟା କରିଥିବା ନେଇ ଛତିଶଗଡ଼ ପୋଲିସ ସନ୍ଦେହ କରୁଛି । ମୃତ ବ୍ୟକ୍ତି ମାନେ ହେଲେ ଭୋଳନାଥ ଯାଦବ, ସ୍ତ୍ରୀ ନେଇଲା ଯାଦବ, ପୁଅ ପ୍ରମୋଦ ଓ ଝିଅ ମୁକ୍ତା ବୋଲି ଜଣାପଡିଛି । ଗତ ୧୨ ବର୍ଷ ହେଲା ପନିପରିବା ବଗିଚାରେ କାମ କରି ଆସୁଥିଲେ । ଗତକାଲି ସେଠାକାର ପୋଲିସ ମୃତଦେହକୁ ଠାବ କରି ଅଧିକ ତଦନ୍ତ ଚଳାଇଛି ।

Related Posts