ଗତ ୧୮ ଦିନରେ ମଧ୍ୟରେ ବିମାନରେ ୮ଟି ଯାନ୍ତ୍ରିକ ତ୍ରୁଟି; ସ୍ପାଇସଜେଟକୁ ଡିଜିସିଏର କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସ୍ପାଇସଜେଟକୁ ଡିଜିସିଏର କାରଣ ଦର୍ଶାଅ ନୋଟିସ । ତେବେ ଗତ ୧୮ ଦିନରେ ସ୍ପାଇସଜେଟର ବିମାନରେ ୮ଟି ଯାନ୍ତ୍ରିକ ତ୍ରୁଟି ଘଟଣା ପରେ ମନ୍ତ୍ରଣାଳୟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ୨୦୨୧ ସେପ୍ଟେମ୍ୱରରେ ସ୍ପାଇସଜେଟର ଅଡିଟ୍ ସମୟରେ ଅନେକ ତ୍ରୁଟି ଧରିଥିଲା ଡିଜିସିଏ। ଯନ୍ତ୍ରାଂଶ ଯୋଗାଉଥିବା ସଂସ୍ଥା ଗୁଡିକୁ ନିୟମିତ ଭାବେ ଟଙ୍କା ପୈଠ କରୁ ନଥିବା ଅଡିଟ୍ ଜଣାପଡିଥିଲା । ଏହି କାରଣରୁ ଯନ୍ତ୍ରାଂଶର ଅଭାବ ମଧ୍ୟ ରହିଛି । ଡିଜିସିଏର ଅନୁସାରେ ସ୍ପାଇସଜେଟ୍ ଏୟାରଲାଇନ ବିମାନ ନିୟମ, ୧୯୩୭ ଅନୁସାରେ ସୁରକ୍ଷିତ, ଦକ୍ଷ ଏବଂ ବିଶ୍ୱାସନୀୟ ବିମାନ ଯାତ୍ରା ସୁନିଶ୍ଚିତ କରିବାରେ ବିଫଳ ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ, ମଙ୍ଗଳବାର ଦିଲ୍ଲୀ-ଦୁବାଇ ଉଡାଣ ବେଳେ ଫ୍ୟୁଲ ଇଣ୍ଡିକେଟରରେ ତ୍ରୁଟି ଜଣାପଡିବା ପରେ ବିମାନକୁ ପାକିସ୍ତାନର କରାଚୀରେ ଜରୁରୀ ଅବତରଣ କରାଯାଇଥିଲା। ଅନ୍ୟପଟେ ସେହିଦିନ ହିଁ, ଆକାଶରେ ବିମାନର ୱିଣ୍ଡ ସିଲ୍ଡରେ ତ୍ରୁଟି ଯୋଗୁଁ କାଣ୍ଡଲା-ମୁମ୍ୱାଇ ଉଡାଣକୁ ମହାରାଷ୍ଟ୍ରର ରାଜଧାନୀରେ ଜରୁରୀ ଅବତରଣ କରାଯାଇଥିଲା। ମଙ୍ଗଳବାର ଏହି ଦୁଇ ଘଟଣା ସାମନାକୁ ଆସିବା ପରେ ୧୮ ଦିନ ମଧ୍ୟରେ ସ୍ପାଇସଜେଟ୍ ବିମାନରେ ୮ ତ୍ରୁଟି ଘଟଣା ସାମନାକୁ ଆସିସାରିଛି । ଡିଜିସିଏ ଅନୁସାରେ, ଏହି ସବୁ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ କରାଯାଉଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts