ଇସ୍ରାଏଲ ଦଳାଚକଟାରେ ୪୪ ଜଣଙ୍କର ମୃତ୍ୟୁ

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଇସ୍ରାଏଲରେ ଦଳାଚକଟାରେ ୪୪ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ୩୦ରୁ ଅଧିକ ଲୋକଙ୍କ ଅବସ୍ଥା ସଙ୍କଟାପୂର୍ଣ୍ଣ ଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି । ତେବେ ମେରନ ମାଉଣ୍ଟରେ ଲାଗ ବି’ର ଛୁଟିଦିନ ପାଳନ କରିବା ପାଇଁ ହଜାର ହାଜର ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ । ହଠାତ ଭିଡ ବଢିଯିବାରୁ ସେଠାରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ୩୮ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ଏକ ଭୟଙ୍କର ବିପର୍ଯ୍ୟୟ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ।

ଅନ୍ୟପଟେ ଗତବର୍ଷ କରୋନା ମହାମାରୀ ପାଇଁ ଏହା ବନ୍ଦ ହୋଇଯାଇଥିଲା । ତେଣୁ ଚଳିତ ବର୍ଷ ଅଧିକରୁ ଅଧିକ ଲୋକ ଏକାଠି ସମାଗମ ହୋଇଥିଲେ । ତେବେ ଷ୍ଟାଡିୟମ ଆସନର ଏକ ବିଭାଗ ଭୁସୁଡିବା ପରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା ବୋଲି ଉଦ୍ଧାର କର୍ମଚାରୀମାନେ ପ୍ରଥମେ ଅନୁମାନ କରିଥିଲେ କିନ୍ତୁ ତାହା ନ ହୋଇ ଅଧିକ ଲୋକ ଜମା ହେବା ଫଳରେ ଦଳାଚକଟା ହୋଇଥିଲା ବୋଲି କୁହାଯାଇଛି । ଆହତ ମାନଙ୍କ ଥଇଥାନ କରିବା ପାଇଁ ଜରୁରୀକାଳୀନ ହେଲିକପ୍ଟର ସେବା ମଧ୍ୟ ଯୋଗାଇ ଦିଆଯାଉଛି । ଏଥିରେ ସାମିଲ ହେବା ପାଇଁ ୧୦,୦୦୦ ଲୋକଙ୍କୁ ଅନୁମତି ଦିଆଯାଇଥିଲା କିନ୍ତୁ ୬୫୦ରୁ ଉର୍ଦ୍ଧ ବସ ଆସିବା ସହ ୩୦,୦୦୦ ତୀର୍ଥଯାତ୍ରୀ ଆସିଥିଲେ । ଯାହଫଳରେ ଭିଡ ଅଧିକ ବଢିଯାଇଥିଲା ।

Related Posts