ପ୍ରସିଦ୍ଧ ସନ୍ତୁର ବାଦକ ପଣ୍ଡିତ ଭଜନ ସୋପାରିଙ୍କ ପରଲୋକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରସିଦ୍ଧ ସନ୍ତୁର ବାଦକ ପଣ୍ଡିତ ଭଜନ ସୋପାରିଙ୍କ ପରଲୋକ । ସେ ଗୁରୁଗ୍ରାମର ଫୋର୍ଟିସ୍‌ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ୧୯୪୮ ମସିହାରେ ଜନ୍ମଗ୍ରହଣ କରିଥିବା ପଣ୍ଡିତ ଭଜନ ସୋପୋରୀ କଶ୍ମୀରର ସୋପୋର ଉପତ୍ୟକାର ବାସିନ୍ଦା ଥିଲେ। ସେ ଭାରତୀୟ ଶାସ୍ତ୍ରୀୟ ସଂଗୀତର ସୁଫିଆନା ଘରାନାର ଥିଲେ। ଭଜନ ସୋପୋରୀ ୧୯୫୩ରେ ମାତ୍ର ପାଞ୍ଚ ବର୍ଷ ବୟସର ହୋଇଥିବା ବେଳେ ତାଙ୍କର ପ୍ରଥମ କାର୍ୟ୍ୟକ୍ରମ ପ୍ରଦର୍ଶନ କରିଥିଲେ।

ପରେ ଅନେକ ଦଶନ୍ଧି ଧରି ଚାଲିଥିବା କ୍ୟାରିୟରରେ ସେ ଇଜିପ୍ଟ, ଇଂଲଣ୍ଡ, ଜର୍ମାନୀ ଏବଂ ଆମେରିକାରେ ଅନେକ କାର୍ୟ୍ୟକ୍ରମ କରିଥିଲେ। ସେ ୱାଶିଂଟନ୍‌ ବିଶ୍ୱବିଦ୍ୟାଳୟରୁ ପାଶ୍ଚାତ୍ୟ ଶାସ୍ତ୍ରୀୟ ସଂଗୀତ ଏବଂ ତାଙ୍କ ଜେଜେବାପା ଏସସି ସୋପୋରୀ ଏବଂ ପିତା ଶାମ୍ଭୁନାଥଙ୍କ ଠାରୁ ହିନ୍ଦୁସ୍ତାନୀ ଶିଖିଥିଲେ। ଭଜନ ସୋପୋରୀ ୱାଶିଂଟନ୍‌ ବିଶ୍ୱବିଦ୍ୟାଳୟରେ ସଂଗୀତ ଶିକ୍ଷା ମଧ୍ୟ ଦେଉଥିଲେ। ଭାରତୀୟ ଶାସ୍ତ୍ରୀୟ ସଂଗୀତରେ ତାଙ୍କର ଅବଦାନ ପାଇଁ ସୋପୋରୀଙ୍କୁ ୧୯୯୨ରେ ସଂଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ ୨୦୦୪ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।

Related Posts