ସିଦ୍ଧୁ ମୁସେୱାଲାଙ୍କ ହତ୍ୟାର ୫ ଦିନ ପରେ ପଞ୍ଜାବରେ ପୁଣିଥରେ ୪୩୪ ଜଣ ଭିଆଇପିଙ୍କ ସୁରକ୍ଷାକୁ ପୁଣି କଡ଼ାକଡ଼ି କଲେ ମାନ ସରକାର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବରେ ୪୩୪ ଜଣଙ୍କ ସୁରକ୍ଷା ପୁନଃସ୍ଥାପିତ ହେବ। ସେପଟେ କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ରାଜ୍ୟର ୪୩୪ ଜଣ ଭିଆଇପିଙ୍କ ସୁରକ୍ଷା ପ୍ରତ୍ୟାହାର କରି ନେଇଥିଲେ । କିନ୍ତୁ ପଞ୍ଜାବର ଖ୍ୟାତିନାମା ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟକାଣ୍ଡ ପରେ ମାନ ସରକାର ପୁଣିଥରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଜୁନ ୭ରୁ ୪୩୪ ଜଣ ଭିଆଇପିଙ୍କ ସୁରକ୍ଷା ଲାଗୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଗୁରୁବାର ଏକ ବିବୃତ୍ତି ଜାରି କରି ଏହି ସୂଚନା ଦେଇଛନ୍ତି । ଅନ୍ୟପଟେ ଭିକଆଇପିଙ୍କ ସୁରକ୍ଷା ପ୍ରତ୍ୟାହାରକୁ ନେଇ ଆପ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ହରିୟାଣା ହାଇକୋର୍ଟ ।

ଭିଆଇପିଙ୍କ ସୁରକ୍ଷା ପ୍ରତ୍ୟାହାର ପୂର୍ବରୁ ତାଲିକାକୁ କାହିଁକି ସାର୍ବଜନୀନ କରାଗଲା ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ଏଥିସହ ନିଷ୍ପତ୍ତି ପୂର୍ବରୁ ପରିସ୍ଥିତିର ଯାଞ୍ଚ ସହ ସମସ୍ତ ବିଷୟ ଉପରେ ବିଚାରବିମର୍ଶ କରିବାର ଆବଶ୍ୟକତା ରହିଥିଲା ବୋଲି କୋର୍ଟ କହିଛନ୍ତି । ହେଲେ ସରକାରଙ୍କ ତରବରିଆ ଭାବେ ନେଇଥିବା ନିଷ୍ପତ୍ତିକୁ କୋର୍ଟ ତାଗିଦ କରିଛନ୍ତି । ଯାହାଫଳରେ ପଞ୍ଜାବ ସରକାର ପୁଣିଥରେ ଏହି ସୁରକ୍ଷା ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

Related Posts