ନୟାଗଡ଼ ଫତେଗଡ଼ ଭାପୁର ନିକଟରୁ ୫ କୋଟି ୮୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ: ୨ଜଣ ଗିରଫ

ଭୁବନେଶ୍ୱର: ରାଜ୍ୟରେ ଏବେ ଦିନକୁ ଦିନ ବଢି ଚାଲିଛି ବ୍ରାଉନ୍‌ସୁଗାର କାରବାର | ବେଧଡକ ଭାବେ ମାଫିଆ ମାନେ ବ୍ରାଉନ୍ସୁଗାର କାରବାର କରୁଛନ୍ତି | ବ୍ରାଉନ୍ସୁଗାର ମାଫିଆ ମାନଙ୍କୁ ଧରିବା ପାଇଁ ପୋଲିସ ଚେକିଂ କୁ ଜୋରଦାର କରିଥିବା ବେଳେ, ଅନେକ ସମୟରେ ବ୍ରାଉନ୍ସୁଗାର ଜବତ କରିବାରେ ସଫଳ ହେଉଛି | ନୟାଗଡ଼ ଫତେଗଡ଼ ଭାପୁର ନିକଟରୁ ୫ କୋଟି ୮୦ ଲକ୍ଷ ଟଙ୍କର ବ୍ରାଉନ୍‌ସୁଗାର ଜବତ କରିଛି ଏସ୍‌ଟିଏଫ୍‌ ।

ଖବର ଅନୁଯାୟୀ, ବ୍ରାଉନ୍‌ସୁଗାର କାରବାର ନେଇ ଏସ୍‌ଟିଏଫ୍‌ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ତୁରନ୍ତ ନୟାଗଡ଼ ଫତେଗଡ଼ ଭାପୁର ଅଞ୍ଚଳରେ ଚଢାଉ କରିଥିଲା । ଏହି ଚଢାଉରେ ପ୍ରାୟ ୫୮ କେଜି ବ୍ରାଉନସୁଗାର ଜବତ କରିଛି ଏସ୍‌ଟିଏଫ୍‌ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫ କୋଟି ୮୦ ଲକ୍ଷ ଟଙ୍କା ହେବ । ଏହାସହିତ ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି । ଗିରଫ ୨ ଜଣ ହେଲେ ବୋଲଗଡର ପ୍ରମୋଦ କୁମାର ସାହୁ ଓ ଫତେଗଡର ଦାଶରଥୀ ଲେଙ୍କା । ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି |

Related Posts