ମାନସ ସ୍ୱାଇଁ ହତ୍ୟାକାଣ୍ଡ; କୋର୍ଟରେ ହାଜର ହେଲେ ଶର୍ମିଷ୍ଠା ଓ ଝୁନା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ କୋର୍ଟରେ କୋର୍ଟରେ ପୁଣି ହାଜର ହେଲେ ଶର୍ମିଷ୍ଠା ଓ ଝୁନା ।ଦ୍ବିତୀୟ ପର୍ଯାୟ ରିମାଣ୍ଡ ଅବଧି ଶେଷ ପରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ସହଯୋଗୀ ଝୁନାକୁ ଚାନ୍ଦବାଲି କୋର୍ଟରେ ହାଜର କରିଛି କ୍ରାଇମବ୍ରାଞ୍ଚ । ସେପଟେ ଦୁଇ ଅଭିଯୁକ୍ତଙ୍କ ତିନି ଦିନିଆ ରିମାଣ୍ଡ ଅବଧି ବୁଧବାର ଶେଷ ହୋଇଛି । ତେବେ ଯେଉଁ ମେମୋରୀ ଚିପ୍ କୁ ନେଇ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ତାହା ଏବେ କେଉଁଠି ତାର ଠୋସ୍ ପ୍ରମାଣ ଏଯାଏ ମିଳିନି ।

ଚିପ୍ ଖୋଜି ନିରାଶ ହୋଇଛି ତଦନ୍ତକାରୀ ସଂସ୍ଥା । କ୍ରାଇମବ୍ରାଞ୍ଚ ମାନସଙ୍କ ରଣପୁର ସ୍ଥିତ ଘର, ଭୁବନେଶ୍ବରରେ ମାନସ ରହୁଥିବା ସ୍ଥାନରେ ଚିପ୍ ଖୋଜାଖୋଜି କରିଥିଲେ ମଧ୍ୟ ଏହାକୁ ପାଇନି । ତେବେ ଛାନଭିନ୍ ବେଳେ ଜଣାପଡିଛି ଯେ ମେମୋରି ଚିପ୍ ଫେରାଇବା ପାଇଁ ମାନସ ୧୦ ହଜାର ଟଙ୍କା ମାଗୁଥିଲେ । ହେଲେ ଶର୍ମିଷ୍ଠା ଟଙ୍କା ଦେବାକୁ ମନା କରିଦେଇଥିଲେ । ଟଙ୍କା ନଦେଇ ମେମୋରି ଚିପ୍ ପାଇବା ଲାଗି ସମସ୍ତେ ମିଶି ମାନସଙ୍କୁ ପିଟିପିଟି ମାରିଦେଇଥିଲେ ।

Related Posts