ପ୍ରଶାସନରେ କାର୍ତ୍ତିକ କଳଙ୍କ !

(ସତ୍ୟପାଠ ବ୍ୟୁରୋ): 5-ଟି ନାଁରେ ପାଣ୍ଡିଆନଙ୍କୁ ଶକ୍ତିଶାଳୀ କରିଛନ୍ତି ନବୀନ । 5-ଟି କିଛି ଅଭିନବ କଥା ନୁହେଁ । କେବଳ ପ୍ରଶାସନରେ ମନ୍ତ୍ରୀ ଏବଂ ଅଧିକାରୀମାନଙ୍କୁ ଛୋଟ ଦେଖାଇବା ପାଇଁ ଆଉ ପାଣ୍ଡିଆନଙ୍କୁ ଅଧିକ ଶକ୍ତିଶାଳୀ କରିବାକୁ ନବୀନ ଏଭଳି କାର୍ଯ୍ୟକ୍ରମ ଚଳାଇଛନ୍ତି । ସମ୍ବଲପୁର ଗସ୍ତରେ ଯାଇଥିବା ବେଳେ ରାଜ୍ୟ ସରକାର ଏବଂ ତାଙ୍କର 5-ଟି କାର୍ଯ୍ୟକ୍ରମକୁ ଏଭଳି କଟାକ୍ଷ କରିଛନ୍ତି ଭୁବନେଶ୍ବରର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଯଦିଓ ଅପରାଜିତା ପାଣ୍ଡିଆନଙ୍କ ନାଁ ଧରିନାହାନ୍ତି କିନ୍ତୁ ଯଥେଷ୍ଟ ଇଙ୍ଗିତ ଦେଇଛନ୍ତି । ଏବେ ନବୀନ ବାବୁଙ୍କ ଇଙ୍ଗିତରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ ଉନ୍ନୟନ କମିସନର ସୁରେଶ ମହାପାତ୍ରଙ୍କ ଭଳି ବରିଷ୍ଠ IAS ମେରୁଦଣ୍ଡ କାଡ଼ିଦେଇ ନଇଁବା ଆରମ୍ଭ କରିଛନ୍ତି । ଏଭଳି ଗୁରୁତର ଅଭିଯୋଗ ଆଳରେ ଅପରାଜିତା ଯେଉଁ ପ୍ରାମାଣିକ ତଥ୍ୟ ଗଣମାଧ୍ୟମ ଆଗରେ ରଖିଛନ୍ତି ତାହା ହେଲା ନିକଟରେ ଏକ 5-ଟି କାର୍ଯ୍ୟକ୍ରମରେ ଗସ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦିଆଯାଇଥିବା ଦରଖାସ୍ତ । ଯେଉଁଥିରେ ମୁଖ୍ୟ ଶାସନ ସଚିବ ଏବଂ ଉନ୍ନୟନ କମିସନର ଗସ୍ତରେ ସାମିଲ ହୋଇ ସହାୟତା କରିବାକୁ ନବୀନ ବାବୁଙ୍କୁ ଅନୁମତି ମଗାଯାଇଥିଲା । ଏହା ପ୍ରଶାସନିକ କାର୍ଯ୍ୟଶୈଳୀରେ ଏକ ବିରାଟ ବ୍ୟତିକ୍ରମ । 25 ବର୍ଷର ପ୍ରଶାସନିକ କାର୍ଯ୍ୟକାଳ ମଧ୍ୟରେ ଏଭଳି ବିଲକ୍ଷଣ ଆଗରୁ କେବେ ଦେଖିନଥିବା କହିଛନ୍ତି ଅପରାଜିତା ।

Related Posts